Pratidin TV

Odisha's Digital News Platform

ପିଲାଙ୍କୁ ପାଠ ପଢାରେ ପ୍ରେରଣା ଯୋଗାଇବ ସ୍ମାର୍ଟ ୱାଚ ।

1 min read

ଯାଜପୁର ; ପିଲାଙ୍କୁ ପାଠ ପଢାରେ ପ୍ରେରଣା ଯୋଗାଇବ ସ୍ମାର୍ଟ ୱାଚ ଏହି ଲକ୍ଷ ନେଇ ପ୍ରତେକ ସରକାରୀ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ମାର୍ଟ ୱାଚ୍ ବଣ୍ଟନ କରିଛି ଭି କେୟାର ଚାରିଟେବୁଲ୍ ଟ୍ରଷ୍ଟ ଓ ଷ୍ଟିଲ ସିଟି ଲାୟନ୍ସ କ୍ଲବ୍ । ଆଜି ଯାଜପୁର ରୋଡ ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ଠାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ କ୍ରମେ ସହରର ଅଧିକାଂଶ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି । ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ସଂଘ ର ସଦସ୍ୟ ୧୫୦ ରୁ ଉର୍ଦ୍ଧ ସ୍ମାର୍ଟ ୱାଚ ପିଲାମାନଙ୍କୁ ଉପହାର ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର କୋରାଇ ବ୍ଲକ୍ ବିଧାୟକ ଆକାଶ ଦାଶ ନାୟକ ଯୋଗ ଦେଇ ପିଲାମାନେ ଦେଶର ଭବିଷ୍ୟତ ବୋଲି କହିଥିଲେ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ପିଲାମାନଙ୍କ ଭବିଷ୍ୟତ ର କର୍ଣ୍ଣ ଧାରା ତେଣୁ ଉତ୍ତମ ଛାତ୍ର ଛାତ୍ରୀ ଗଠନ କରିବା ରେ ତାଙ୍କର ଶିକ୍ଷକ ଙ୍କ ଭୂମିକା ରହିଥାଏା ମାତ୍ର ଆଜି ପିଲାଙ୍କୁ ପ୍ରେରଣା ସ୍ୱରୂପ ଉତ୍ସାହ ଯୋଗାଇଛି ସ୍ମାର୍ଟ୍ ୱାଚ ଉପହାର ଏହି ଉପହାର ତାଙ୍କୁ ଆଉ ଦୁଇପାଦ ଆଗକୁ ବଢ଼ିବାରେ ସହଯୋଗ କରିବ ତେଣୁ ଏହା ନିଶ୍ଚିତ ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

Advertisement

ଏହିଭଳି ପ୍ରତ୍ୟକ ଅନୁଷ୍ଠାନ ବିଦ୍ୟାଳୟ ସହିତ ଅନୁବନ୍ଧିତ ରହି ସାହାଯ୍ୟ ସହଯୋଗ ର ହାତ ବଢାଇଲେ ଅନେକ ଗରିବ ଶ୍ରେଣୀ ର ପିଲା ମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ଦାସ ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *