Pratidin TV

Odisha's Digital News Platform

ହାରିବା ପରେ ପ୍ରତିକ୍ରିୟା ଦେଇ ଏମିତି କହିଲେ ସ୍ମୃତି ..

 ଆସିସାରିଛି  ଲୋକସଭା ନିର୍ବାଚନର  ଫଳାଫଳ । ଚଳିତ ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଉତ୍ତର ପ୍ରଦେଶରେ ବିଜେପି କିଛି ଖାସ୍ ପ୍ରଦର୍ଶନ କରିପାରିନି । ଏପରିକି ବିଜେପି ଏଥର ଆମେଠିରୁ ହାରିଯାଇଛି । ଆମେଠିରୁ କଂଗ୍ରେସର କିଶୋରୀ ଲାଲ୍ ଶର୍ମା ବିଜେପିର ସ୍ମୃତି ଇରାନୀଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି  ।

ପରାସ୍ତ ହେବା ପରେ ସ୍ମୃତି ଇରାନୀ କହିଛନ୍ତି ‘ମୋତେ ଲାଗୁଛି କି ଆଜି ଜନତା ନିଜ ଆଭାର ବ୍ୟକ୍ତ କରିବାର ଦିନ, ଯିଏ ଜିତିବ ତାଙ୍କୁ ଶୁଭେଚ୍ଛା ଦେବାର ଦିନ ।’ ଏହା ପରେ ସେ ନାଁ ନନେଇ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହା ତାଙ୍କ ସୌଭାଗ୍ୟ ସେ ପ୍ରତି ଗାଁକୁ ଯାଇ କାମ କରିଛନ୍ତି । ବିଜୟ କିମ୍ବା ପରାସ୍ତ ବଡ କଥା ନୁହେଁ, ଲୋକଙ୍କ ପାଇଁ ସେବା କରିବାର ସୁଯୋଗ ମିଳିଥିବାରୁ ସେ ଖୁସି ବୋଲି ଜଣାଇଛନ୍ତି ସ୍ମୃତି ଇରାନୀ ।

Leave a Reply

Your email address will not be published. Required fields are marked *