Pratidin TV

Odisha's Digital News Platform

ସରକାରୀ ବଙ୍ଗଳା ଖାଲି କଲେ ସ୍ମୃତି ଇରାନୀ ..

1 min read

ସରକାରୀ ବଙ୍ଗଳା ଖାଲି କଲେ  ବିଜେପି ର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ।  ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ତାଙ୍କୁ ଦିଲ୍ଲୀର ୨୮ ତୁଗଲକ୍‌ କ୍ରିସେଣ୍ଟ ବଙ୍ଗଳା ମିଳିଥିଲା। ଗତ ୧୦ ବର୍ଷ ଧରି ସେ ଏହି ବଙ୍ଗଳାରେ ରହୁଥିଲେ। ସେ ଲୋକସଭା ନିର୍ବାଚନ ହାରିବା ପରେ ତାଙ୍କୁ ବର୍ତ୍ତମାନ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିଛି। ୨୮ ତୁଗଲକ୍‌ କ୍ରିସେଣ୍ଟ ବଙ୍ଗଳାରୁ ସ୍ମୃତି ଇରାନୀଙ୍କ ନାମ ଫଳକ ହଟାଇ ଦିଆଯାଇଛି। କେବଳ ସ୍ମୃତି ଇରାନୀଙ୍କୁ ଲୁଟିୟନ୍ସ ଜୋନ୍‌ର ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିନାହିଁ, ବରଂ ନିର୍ବାଚନ ହାରିଥିବା ସମସ୍ତ ସାଂସଦଙ୍କୁ ଜୁଲାଇ ୧୧ ସୁଦ୍ଧା ସେମାନଙ୍କ ବାସଭବନ ଖାଲି କରିବାର ଥିଲା। ତେଣୁ ସେ ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି। 

ନିୟମ ଅନୁଯାୟୀ, ନିର୍ବାଚନରେ ​​ହାରିଥିବା ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ସହ ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଥାଏ। ଏହାପରେ ନିର୍ବାଚନ ​​ଜିତିଥିବା ସାଂସଦମାନଙ୍କୁ ସେହି ବଙ୍ଗଳା ବଣ୍ଟନ କରାଯାଏ। ୨୦୨୪ ଲୋକସଭା ନିର୍ବାଚନରେ ​​ମୋଦୀ ମନ୍ତ୍ରୀମଣ୍ଡଳର ୧୭ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏପର୍ଯ୍ୟନ୍ତ ବଙ୍ଗଳା ଖାଲି କରି ସାରିଥିବା ସାଂସଦମାନଙ୍କ ମଧ୍ୟରେ ଆରକେ ସିଂହ, ଅର୍ଜୁନ ମୁଣ୍ଡା, ମହେନ୍ଦ୍ରନାଥ ପାଣ୍ଡେ, ସ୍ମୃତି ଇରାନୀ, ସଞ୍ଜୀବ ବାଲିୟାନଙ୍କ ନାଁ ସାମିଲ ଅଛି। ଏମାନଙ୍କ ବ୍ୟତୀତ ରାଜୀବ ଚନ୍ଦ୍ରଶେଖର, କୈଳାଶ ଚୌଧୁରୀ, ଅଜୟ ମିଶ୍ରା ଟେନୀ, ଭି. ମୁରଲୀଧରନ୍‌, ନିଶିଥ ପ୍ରାମାଣିକ, ସୁଭାଷ ସରକାର, ସାଧ୍ବୀ ନିରଞ୍ଜନ ଜ୍ୟୋତି, ରାଓସାହେବ ଦାନଭେ, କୌଶଲ କିଶୋର, ଭାନୁପ୍ରତାପ ବର୍ମା, କପିଲ ପାଟିଲ, ଭଗଓ୍ବନ୍ତ ଖୁବା, ଭାରତୀ ପଓ୍ବାରଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମିଳିଥିଲା।

Advertisement

Leave a Reply

Your email address will not be published. Required fields are marked *