Pratidin TV

Odisha's Digital News Platform

ଜାଣନ୍ତୁ ଟିଭି ସିରିଏଲର ଆଦର୍ଶ ବୋହୂରୁ କେମିତି ସ୍ମୃତି ଇରାନୀ ପାଲିଟିଲେ ସଫଳ ରାଜନେତ୍ରୀ …

1 min read

ଯିଏ ଟିଭି ସିରିଏଲରେ ଆଦର୍ଶ ବୋହୂ ସାଜିଥିଲେ । ଘରେ ଘରେ ସମସ୍ତଙ୍କର ପ୍ରିୟ ହୋଇଥିଲେ ସମସ୍ତଙ୍କର ପ୍ରେରଣା ସାଜିଥିଲା । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ । ଆଜି ସେହି ଆଦର୍ଶ ବୋହୂ ପାଲଟି ଯାଇଛନ୍ତି କ୍ୟାବିନେଟ ମନ୍ତ୍ରୀ । ଆଜି ଭାରତୀୟ ରାଜନୀତିରେ ସେ ପାଲଟିଛନ୍ତି ଚର୍ଚ୍ଚିତ ଚେହେରା । ସେ ଆଉ କେହି ନୁହନ୍ତି ଆମେଠିର ଆସନରୁ ସାଂସଦ ରହିଥିବା ସ୍ମୃତି ଇରାନୀ । ମୋଦୀଙ୍କ କ୍ୟାବିନେଟରେ ସେ ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଭାରତ ସରକାରଙ୍କ ସଂଖ୍ୟା ଲଘୁ ବ୍ୟପାର ମନ୍ତ୍ରୀ ମଧ୍ୟ ରହିଛନ୍ତି । ମନୋରଞ୍ଜନରୁ ରାଜନୀତି ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍ ନିଷ୍ଠାପର ଥିଲା । ୧୯୯୮ରେ ମିସ୍ ଇଣ୍ଡିଆର ଅଂଶଗ୍ରହଣ କରିଥିଲେ , ହେଲେ ଇରାନୀ ଶ୍ରେଷ୍ଠ ୯ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରିନଥିଲେ । କିନ୍ତୁ ରାଜନୀତିରେ ସେ ଆଜି ସଫଳ । ଚାଲନ୍ତୁ ସ୍ମୃତିଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଜାଣିବା . . .


ଲୋକପ୍ରିୟ ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭୀ ବୋହୂ ଥି’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ସ୍ମୃତି ଇରାନୀ । ଏଥିରେ ସେ ତୁଳସୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ । ଏଥିପାଇଁ ତାଙ୍କୁ ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଥିଲା । ଟିଭି ଦୁନିଆରେ ସେ ଏତେ ଲୋକପ୍ରିୟତା ହାସଲ କରିଥିଲେ ଯେ ଏହା ତାଙ୍କ ପାଇଁ ଆଉ ଏକ ବଡ ସୁଯୋଗ ଆଣିଦେବ ବୋଲି ହୁଏତ ସେ ଜାଣିନଥିଲେ । ୨୦୦୩ରେ ମନୋରଞ୍ଜନ ଦୁନିଆରୁ ରାଜନୀତିରେ ଏଣ୍ଟ୍ରି କରିଥିଲେ ସ୍ମୃତି । ବିଜେପି ଦଳରେ ସାମିଲ ହୋଇ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଆରମ୍ଭ କରିଥିଲେ । ପରେ କିନ୍ତୁ ଅନେକ ନିର୍ବାଚନରେ ସେ ପରାଜୟର ସମ୍ମୁଖୀନ ହୋଇଥିଲେ । ତଥାପି ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଏବଂ ନିଷ୍ଠା ଯୋଗୁଁ ଦଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପରେ ସେ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସଭାପତି ।

Advertisement


ଏହାପରେ ସ୍ମୃତି ଇରାନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଆମେଥି ରୁ ଲୋକସଭା ନିର୍ବାଚନ ଲଢି କଂଗ୍ରେସର ଗଡକୁ ଭାଙ୍ଗିଥିଲେ । ଆମେଥିରେ ରାହୁଲ ଗାନ୍ଧୀଙ୍କୁ ପରାଜିତ କରି ସମସ୍ତଙ୍କୁ ଚକିତ କରିଥିଲେ ସ୍ମୃତି ଇରାନୀ । ଏହା ଖାଲି ତାଙ୍କ ପାଇଁ ବିଜୟ ନଥିଲା । ଗାନ୍ଧୀ ପରିବାରର ପାରମ୍ପରିକ ଗଡ ଥିବା ଆମେଥିରେ ଗାନ୍ଧୀ ପରିବାରର ସଦସ୍ୟକୁ ହରାଇ ଶାସନ ଭାର ଛଡାଇ ନେଇଥିଲେ ଇରାନୀ । ଏହି ବିଜୟ ପରେ ମୋଦୀଙ୍କ କ୍ୟାବିନେଟରେ ମାନବ ସମ୍ବଳ ବିକାଶ, ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପରିଚାଳନ ଦାୟିତ୍ୱ ନେଇଥିଲେ ସ୍ମୃତି । ପ୍ରଧାନମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ସେ ସୂଚାରୁ ଭାବେ ତୁଲାଇଥିଲେ ।
୨୦୨୪ ନିର୍ବାଚନରେ ବିଜେପି ପୁଣି ଥିରେ ସ୍ମୃତିଙ୍କ ଉପରେ ଭରସା କରି ଆମେଥିରୁ ଟିକେଟ ଦେଇଛି । ଏଠାରେ ସେ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ସହ ଲଢେଇ କରିବେ ।

Leave a Reply

Your email address will not be published. Required fields are marked *