Pratidin TV

Odisha's Digital News Platform

ସୋରରେ ସାପ ଆତଙ୍କ ; ଗୋଟେ ଦିନରେ ୧୬ ଜଣଙ୍କୁ ଦଂଶିଲା ବିଷାକ୍ତ ସାପ …

ବାଲେଶ୍ୱର : ସୋର ଅଂଚଳରେ ବିଷଧର ସାପ ଆତଙ୍କ । ଗୋଟାଏ ଦିନରେ ୧୬ ଜଣଙ୍କୁ କାମୁଡିଲା ବିଷଧର ସାପ । ବାଲେଶ୍ୱର ଜିଲ୍ଲା ସୋର, ବିଦୁ, ଈଶ୍ବରପୁର, ମୁନିସିପାଲଟି ଆଦି ଅଂଚଳରୁ ୧୬ ଜଣଙ୍କୁ ସାପ କାମୁଡିବା ନେଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁ୍‌ଯାୟୀ ଆଜି ନାୟକବନ୍ଧ ଗ୍ରାମର ଗୀତା ଦାସ, ବିଦୁ ଗ୍ରାମର ଲକ୍ଷ୍ମଣ ମାରାଣ୍ଡି, ମାଣିତ୍ରି ଗ୍ରାମର ତାପସ ମଲ୍ଲିକ, ଈଶ୍ୱରପୁର ଗ୍ରାମର ସାବିତା ସାମନ୍ତ ସମେତ ଅନ୍ୟ ଲୋକ ମାନଙ୍କୁ ସାପ କାମୁଡିଥିଲା । ସମସ୍ତେ ସୋର ମେଡିକାଲ ନିଜର ରକ୍ତ ନମୁନା ପରୀକ୍ଷା କରିଥିଲେ ।

ଗୋଟିଏ ଦିନ ଏକାଧିକ ଲୋକଙ୍କୁ ସାପ କାମୁଡିବା ଅଂଚଳ ବାସୀ ଭୟଭୀତ ଅବସ୍ଥା ରେ ଥିବା ନେଇ ଦେଖିବାକୁ ମିଳିଛି । ସନ୍ଧ୍ୟରୁ ରାତି ୧୧ଟା ମଧ୍ୟରେ ୮ଜଣ ସାପ କାମୁଡା ରୋଗୀ ସୋର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *