Pratidin TV

Odisha's Digital News Platform

ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ ,ଖାଦ୍ୟଖାଇ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

କୋଲକାତା : ଅବହେଳିତ ହେଉଛନ୍ତି ସରକାରୀ ସ୍କୁଲ ଛାତ୍ରଛାତ୍ରୀ । ମାଗଣାରେ ଦିଆଯାଉଥିବା ମଧ୍ୟହ୍ନ ଭୋଜନକୁ ମିଳୁନି ଗୁରୁତ୍ୱ । କେତେବେଳେ ବାହାରୁଛି ପୋକ ତ ପୁଣି କେତେବେଳେ ଝିଟିପିଟି । କିନ୍ତୁ ଏଥର ସବୁ ସୀମା ପାରକଲା ଅବହେଳା । ମଧ୍ୟହ୍ନ ଭୋଜନରୁ ବାହାରିଲା ସାପ । ଆଜ୍ଞା ହଁ ନିକଟରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ସ୍କୁଲକୁ ପିଲାମାନେ ପାଠ ପଢି ଭଲ ମଣିଷ ହେବାକୁ ଯାଆନ୍ତି । କିନ୍ତୁ ସେଠାରେ ହିଁ ଏଭଳି ପରିସ୍ଥିତି ଯେଉଁଠି ଛାତ୍ରଛାତ୍ରୀମାନଙ୍କର ଭୋଜନ ଉପରେ ରଖାଯାଉନି ଧ୍ୟାନ । ମଧ୍ୟାହ୍ନ ଭୋଜନରୁ ବାହାରିଛି ସାପ । ଫଳରେ ତାକୁ ଖାଇଥିବା ୩୦ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ , ସୋମବାର ଦିନ ମୟୂରେଶ୍ୱର ବ୍ଲକ୍ ଅନ୍ତର୍ଗତ ଏକ ପ୍ରାଇମେରୀ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ହେଲେ ଏହି ସମୟର ଖାଦ୍ୟରେ ସାପ ବାହାରିଥିଲା । ଭୋଜନ ପ୍ରସ୍ତୁତ କରିଥିବା ଜଣେ ସ୍କୁଲ ଷ୍ଟାଫ୍ ମଧ୍ୟ ଏକଥା ମାନିଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟହ୍ନ ଭୋଜନ ଖାଇସାରିବା ପରେ ବାନ୍ତି କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ରାମପୁରହତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି ୩୦ ଜଣ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏସବୁ ଖବର ଜାଣିବା ପରେ ଅଭିଭାବକମାନେ ସ୍କୁଲ ଯାଇ ସେଠାରେ ପାଟିତୁଣ୍ଡ କରିବା ସହ ପ୍ରଧାନଶିକ୍ଷକଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ ।

Leave a Reply

Your email address will not be published. Required fields are marked *