Pratidin TV

Odisha's Digital News Platform

ସାବଧାନ ! ବାଇକ୍ ଭିତରେ ଏପରି ଲୁଚି ରହୁଛନ୍ତି ବିଷାକ୍ତ ସାପ ..

କଟକ : ବାଇକ୍ କୁ ସଫାକର ଖୋଲା ରଖୁଥିଲେ ସାବଧାନ ! ନଚେତ୍ ଆପଣବି ହୋଇପାରନ୍ତି ଏଭଳି ଭୟଙ୍କର ପରିସ୍ଥିତିର ସାମ୍ନା । ଗାଡିରେ ଲୁଚିରହୁଛନ୍ତି ସାପ । ଆସିବାରେ ଆପଣଙ୍କ ପରିବାର ବା ଆପଣଙ୍କ ଜୀବନ ପ୍ରତି ବିପଦ । ଗାଡି ଭିତରେ ଲୁଚକାଳି ଖେଳି ଚାଲିଛି ସାପ  । ଏପଟେ ସାପ ଭୟରେ ବାଇକ୍କୁ ତନ୍ନ ତନ୍ନ କରି ଖୋଲି ଚାଲିଛନ୍ତି ଲୋକେ, କାହିଁକି ନା ବାଇକ୍ ଭିତରେ ଲୁଚିଛି ସାପ, କେତେବେଳେ ମୁଣ୍ଡ ଟେକି ବାହାରକୁ ଅନଉଛି ତ କେତେବେଳେ ହେଇଯାଉଛି ଉଭାନ  ।

ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀ ଥାନାର ଅରପୁର ଗ୍ରାମରେ , ଗାଡି ଭିତରେ ସାପ ଥିବା ଜାଣିବା ପରେ ସାପକୁ କାଢ଼ିବା ପାଇଁ ଦୀର୍ଘ ସମୟ ଧରୀ ଚାଲିଥିଲା କସରତ  । ସୂଚନା ଅନୁଯାୟୀ ଅରପୁର ଗ୍ରାମର ଗୁରୁ ପ୍ରସାଦ ନାୟକ ତାଙ୍କ ଦୁଇ ଚକିଆ ଗାଡିଟିକୁ ଥୋଇ କିଛି କାମରେ ଯାଇ ଫେରିବା ବେଳେ ଦେଖିଥିଲେ ସାପ ଟିକୁ, ଯାହା ତାଙ୍କ ଗାଡି ରେ ପଶି ରହିଥିଲା ଏବଂ ସ୍ଥାନୀୟ ଲୋକ ମାନେ ସାପ ଟକୁ କାଢ଼ିବାକୁ ଯାଇ ହୋଇଥିଲେ ନୟାନ୍ତ, ଓ ଶେଷରେ ଗାଡି ରୁ ବାହାରି ଥିଲା ଏକ ବିଷଧର ସାପ ।

ଆଜ୍ଞା ହଁ ଏଠି କହିରଖିବାକୁ ଚାଁହୁଛୁ କି ଏଭଳି ଘଟଣା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ବହୁ ବାର ଏଭଳି ଘଟଣା ଦେଖିବାକୁ ମିଳିଛି କିନ୍ତୁ କହିବାର ଉଦେଶ୍ୟ ହେଉଛି କି ଆପଣଙ୍କୁ ଵି ରହିବାକୁ ପଡିବ ଟିକେ ସାବଧାନ  । କାରଣ ଆପଣ ଵି ଯଦି କୌଣସି ଜାଗାରେ କିଛି ସମୟ ପାଇଁ ଗାଡିଟି ରଖୁଛନ୍ତି ତେବେ ଆପଣ ଵି ସତର୍କ ରହିବା ଦରକାର ନହେଲେ ଆପଣ ଙ୍କ ଜୀବନ ଵି ପଡିପାରେ ବିପଦରେ  ।

Leave a Reply

Your email address will not be published. Required fields are marked *