Pratidin TV

Odisha's Digital News Platform

ସାବଧାନ , ଖରାଦିନରେ ଘାସ ଭିତରେ ଲୁଚି ରହୁଛି ବୋଡା ..

ଭଦ୍ରକ : ସାବଧାନ ! ଖରାଦିନରେ ଘାସ ଭିତରେ ଲୁଚି ରହୁଛି ବୋଡା । ଆଜି ଏଭଳି ଏକ ଖବର ସକାଳୁ ସକାଳୁ ସାମ୍ନାକୁ ଆସଛି । କାମୁଡିଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲେ ସାପ କାମୁଡ଼ାର ଶୀକାର ହୋଇଥିବା ଜଣେ ମହିଳା ଓ ତାଙ୍କ ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବାସୁଦେବପୁର ଅଞ୍ଚଳରେ ।

ରାଧାନାଥପୁର ଆଡିଆ ଗାଁର ରାମଚନ୍ଦ୍ର ବେରାଙ୍କ ପତ୍ନୀ ମଞ୍ଜୁ ବେରା ଘର ପାଖ ବାଡିରୁ ଗୋରୁ ଆଣିବାକୁ ଯାଇଥିଲେ। ସେହି ସମୟରେ ଘାସ ଭିତରେ ଥିବା ଏକ ସାପ ତାଙ୍କୁ କାମୁଡିଦେଇଥିଲା । ମଞ୍ଜୁ ଘରକୁ ଫେରି ଏ ସଂପର୍କରେ ଜଣାଇବା ପରେ ପରିବାର ଲୋକେ ଘଟଣା ସ୍ଥଳକୁ ଯାଇ ଏକ ବିଷାକ୍ତ ବୋଡ଼ା ସାପଟିକୁ ପ୍ଲାଷ୍ଟିକ ଜାରରେ ଭର୍ତ୍ତି କରିଥିଲେ।

ଆଉ ସେହି ଜାରରେ ଭର୍ତ୍ତି ସାପକୁ ଏବଂ ସର୍ପା ଘାତର ଶୀକାର ମଞ୍ଜୁଙ୍କୁ ଧରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସଂପର୍କୀୟ। ଡାକ୍ତର ସାପ ଏବଂ ରୋଗୀଙ୍କୁ ଦେଖିଲା ପରେ ପ୍ରାଥମିକ ଚିକିତ୍ସା କରିଥିଲେ ଓ ପରେ ଅବସ୍ଥା ଗୁରୁତର ଥିବାରୁ ମଞ୍ଜୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *