Pratidin TV

Odisha's Digital News Platform

ଏମିତି ଏକ ଆଇଲାଣ୍ଡ , ଯେଉଁଠି ପାଦେ ରହିଛନ୍ତି ବିଷାକ୍ତ ସାପ , ଜାଣନ୍ତୁ ଏହି ଆଇଲାଣ୍ଡ ବିଷୟରେ ..

1 min read

ଦୁନିଆରେ ଏକରୁ ଅଧିକ ବିପଦଜ୍ଜନକ ସ୍ଥାନ ଅଛି । ତେବେ ତା ଭିତରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ମଣିଷ ଯିବାକୁ ସ୍ୱପ୍ନରେ ମଧ୍ୟ ଭାବିବ ନାହିଁ। ତେବେ ଆପଣ ଜାଣିଛନ୍ତି କି ସେହି ରହସ୍ୟମୟ ସ୍ଥାନ ବିଷୟରେ । ଯଦି ନା ତେବେ ଆସନ୍ତୁ ଜାଣିବା ,ଯେଉଁଠାରେ ମଣିଷ ଯିବାକୁ ସବୁବେଳେ ଏଡାଇଥାଏ। ତେବେ ଏହି ସ୍ଥାନ ଏତେ ବିପଦଜ୍ଜନକ, ଏଠାରେ ପାଦେ ପାଦେ ଆପଣ ମୃତ୍ୟୁର ମୁହାମୁହିଁ ହୋଇପାରନ୍ତି। ହଁ ଆଜ୍ଞା ଦୁନିଆର ସବୁଠାରୁ ବିଷାକ୍ତ ସାପମାନଙ୍କର ଏକ ସାମ୍ରାଜ୍ୟ ରହିଛି। ଯାହାକୁ କେହି ବି ଦେଖି ନାହାନ୍ତି କି ଜାଣି ନାହାନ୍ତି। ବାସ୍ତବରେ ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ ତାହା ସ୍ନେକ ଆଇଲାଣ୍ଡ ଭାବରେ ବେଶ ଜଣାଶୁଣା। ତେବେ କୁହାଯାଏ ଯେ ସମୁଦାୟ ୪୦୦୦ରୁ ଉର୍ଦ୍ଧ ସାପ ଏହି ଦ୍ୱୀପରେ ରହିଛନ୍ତି। ତେବେ ଏହି ଦ୍ୱୀପ କେଉଁଠି ଅଛି ଜାଣିଛନ୍ତି କି ? ସାଓ ପାଉଲୋ ବ୍ରାଜିଲର ଏକ ଉପକୂଳବର୍ତ୍ତୀ ସହର ଅଟେ।

ଯାହା ଦକ୍ଷିଣ ଆମେରିକାର ସବୁଠାରୁ ବଡ ଦେଶ। ତେବେ ଏଠାରୁ ୯୦ ମାଇଲ ଦୂରରେ ଏକ ଦ୍ୱୀପ ଅଛି । ଯଦିଓ ଏହି ଦ୍ୱୀପ ଇଲହା କ୍ୱିମାଡା ଗ୍ରାଣ୍ଡେ ଭାବରେ ଜଣାଶୁଣା, କିନ୍ତୁ ଏଠାରେ ସାପର ପ୍ରଚୁରତା ହେତୁ ଏହାକୁ ସାପ ଦ୍ୱୀପ ଅର୍ଥାତ୍ ସ୍ନେକ ଆଇଲାଣ୍ଡ କୁହାଯାଏ । ଏହି ଦ୍ୱୀପକୁ ଦୁନିଆର ସବୁଠାରୁ ବିପଜ୍ଜନକ ଦ୍ୱୀପ କୁହାଯାଏ, କାରଣ ପୃଥିବୀର ଅନ୍ୟ ଅଂଶ ଅପେକ୍ଷା ଏଠାରେ ଅଧିକ ବିଷାକ୍ତ ସାପ ଦେଖିବାକୁ ମିଳେ। ୍ଣତବେ ଏହି ଦ୍ୱୀପରେ କେଉଁ ପ୍ରକାର ସାପ ଦେଖିବାକୁ ମିଳେ? ସ୍ନାକ୍ ଦ୍ୱୀପରେ ମିଳୁଥିବା ସାପଗୁଡ଼ିକ ସାଧାରଣ ସାପ ନୁହଁନ୍ତି । ଏହି ଦ୍ୱୀପଟି ଗୋଲ୍‌ଡେନ ଲାଆନ୍ସ ହେଡ୍ ସାପର ଘର ବୋଲି କୁହାଯାଏ, ଯାହା ଦୁନିଆର ସବୁଠାରୁ ବିଷାକ୍ତ ସାପ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ସାପର ବିଷ ପୃଥିବୀର ଅନ୍ୟ କୌଣସି ସାପ ଅପେକ୍ଷା ତିନି ରୁ ୫ ଗୁଣ ଅଧିକ ବିଷାକ୍ତ ଅଟେ। ଏହାର ବିଷ ‘ମାନବ ମାଂସ’ ତରଳିବାରେ ସକ୍ଷମ ରଖିଛି ଏବଂ ଏମିତି ଏହି ସାପ କାମୁଡ଼ିଥିବା ବ୍ୟକ୍ତି ଏକ ଘଣ୍ଟା ମଧ୍ୟରେ ମରିପାରେ । ଲାନ୍ସହେଡ୍ ସାପଗୁଡ଼ିକ ଦେଢ ଼ ଫୁଟ ଲମ୍ବ ହୋଇପାରେ ।

Advertisement

ଏହି ଦ୍ୱୀପରେ ସେମାନଙ୍କର ସଂଖ୍ୟା ୨୦୦୦ ରୁ ୪୦୦୦ ମଧ୍ୟରେ ବୋଲି ବିଶ୍ୱାସ କରାଯାଏ । ସାପ ଦ୍ୱୀପ ହେଉଛି ଦୁନିଆର ଏକମାତ୍ର ସ୍ଥାନ ଯେଉଁଠାରେ ଗୋଲ୍ଡଡେନ ଲାନ୍ସହେଡ୍ ସାପ ମିଳିଥାଏ । ଏବେ ପ୍ରଶ୍ନ ଉଠୁଛି ଯେ ସାପ ଏଠାକୁ କେଉଁଠୁ ଆସିଲା? କିଛି ସମୟ ପାଇଁ ଏହି ଦ୍ୱୀପ ଭୂମି ସହିତ ସଂଯୁକ୍ତ ଥିଲା । କିନ୍ତୁ ତା’ପରେ ପ୍ରାୟ ୧୧ ହଜାର ବର୍ଷ ପୂର୍ବେ ଏହି ଦ୍ୱୀପ ଅଲଗା ହୋଇଗଲା । ମୁଖ୍ୟଭୁମି ଯେଉଁଠାରେ ଏହି ଦ୍ୱୀପ ଅଲଗା ହୋଇଛି, ସେଠାରେ ଆମାଜନ ଜଙ୍ଗଲ ଅଛି, ଯେଉଁଠାରେ ପୂର୍ବରୁ ବହୁତ ସାପ ଅଛି । ଏହି କାରଣରୁ, ଏହି ଦ୍ୱୀପରେ ପହଞ୍ଚିଥିବା ସାପମାନଙ୍କୁ ଅଲଗା ହେବା ପରେ ଏଠାରେ ଅଟକି ରହିବାକୁ ପଡିଲା । ଏହା ଉପରେ, ସାପ ଶିକାର କରିବା ପାଇଁ ଏଠାରେ କୌଣସି ପ୍ରାଣୀ ନଥିଲେ, ଯାହା ସେମାନଙ୍କର ଜନସଂଖ୍ୟା ବୃଦ୍ଧି କରିବାକୁ ଅନୁମତି ଦେଇଥିଲା । ତେବେ ଏଠାକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *