Pratidin TV

Odisha's Digital News Platform

ଏବେ ବ୍ୟାଟ ଛାଡ଼ି ବନ୍ଧୁକ ଧରିଲେ ପାକିସ୍ତାନୀ ଖେଳାଳି..

1 min read

ଏବେ ପାକିସ୍ତାନ ସେନା କ୍ୟାମ୍ପରେ ପାକିସ୍ତାନୀ ଖେଳାଳି । କ୍ରିକେଟ ଛାଡି ବନ୍ଧୁକ ଧରିଛନ୍ତି । ସେନା କ୍ୟାମ୍ପରେ କରୁଛନ୍ତି ଜୋରଦାର ପ୍ରସ୍ତୁତି । ଯାହାକୁ ଦେଖିବା ପରେ କ୍ରିକେଟ ପ୍ରେମୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଟି-୨୦ ବିଶ୍ୱକପ ପୂର୍ବରୁ ଜୋରଦାର ପ୍ରସ୍ତୁତି ଚାଳାଇଛି ପାକିସ୍ତାନୀ ଖେଳାଳି ମାନେ । ସେନା କ୍ୟାମ୍ପରେ ଯାଇ ନେଉଛନ୍ତି ତାଲିମ । ତେବେ ବାବର ଆଜାମ ଏବଂ ତାଙ୍କ ଦଳ ଶୃଙ୍ଖଳା ହାସଲ କରିବା ଏବଂ ସେମାନଙ୍କ ଫିଟନେସରେ ଉନ୍ନତି ଆଣିବା ପାଇଁ ସାମରିକ ତାଲିମ ନେବେ ବୋଲି କିଛି ସପ୍ତାହ ପୂର୍ବରୁ ଘୋଷଣା କରାଯାଇଥିଲା । କିନ୍ତୁ, ସେନା ସହ ତାଲିମ ସମୟରେ ପାକିସ୍ତାନ ଟିମ୍ ଯେଉଁ ପ୍ରକାରର ଡ୍ରିଲ କରିଛି, ତାହାକୁ ଦେଖି ଏବେ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି ।

ସ୍ନାଇପର ଶୁଟିଂ ଠାରୁ ଆରମ୍ଭ କରି ପାହାଡ ଉପରକୁ ପଥର ଉଠାଇବା ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶିକ୍ଷଣ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଜଣେ ପାକିସ୍ତାନୀ ଖେଳାଳି ସେନା କର୍ମଚାରୀଙ୍କଠାରୁ ସ୍ନାଇପର ଶୁଟିଂ ଶିକ୍ଷା କରୁଥିବା ଦେଖିବାକୁ ମିଳିଛି । ଅଳ୍ପ କିଛି ଖେଳାଳି ଜଣେ ଅନ୍ୟଙ୍କୁ ପଛକୁ ଉଠାଇ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସର୍ବଦାପାକିସ୍ତାନ କ୍ରିକେଟ୍ ଟିମ୍ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ବାବର ଆଜାମଙ୍କ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ ସହ ଶାହିନ୍ ଆଫ୍ରିଦିଙ୍କୁ ଗୋଟିଏ ମ୍ୟାଚ୍ ପରେ ଟି -୨୦ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ଅଧିନାୟକ ପଦବୀକୁ କିପରି ପରିଚାଳନା କରାଯାଇଛି ସେଥିପାଇଁ କେତେକ ପୂର୍ବତନ କ୍ରିକେଟର ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ସମାଲୋଚନା କରିଛନ୍ତି । ଗତ ସପ୍ତାହରେ ପାକିସ୍ତାନ୍ ଗୋଟିଏ ସିରିଜରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ଶାହିନଙ୍କୁ ଟି-୨୦ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା, ଯେଉଁଥିରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧-୪ରେ ହାରି ଯାଇଥିଲା । ପିସିବି ୨୦୨୪ ଟି -୨୦ ବିଶ୍ୱକପ ପୂର୍ବରୁ ହ୍ୱାଇଟ ବଲ ଫର୍ମାଟର ଅଧିନାୟକ ଭାବରେ ବାବର ଆଜମଙ୍କୁ ପୁଣି ଥରେ ସ୍ଥାନ ଦେଇଛି ।

Leave a Reply

Your email address will not be published. Required fields are marked *