ସିଡିରୁ ପଡି ଆଖିବୁଜିଲେ Snow Drop ଫେମ୍ ଆକ୍ଟ୍ରେସ୍ , ପରିବାର ଡୋନେଟ୍ କଲେ ଅର୍ଗାନ୍ ….
1 min readନୂଆଦିଲ୍ଲୀ : ଆଉ ନାହାନ୍ତି କୋରିଆ ହିଟ୍ ଡ୍ରାମା ‘ସ୍ନୋ ଡ୍ରପ୍ ‘ ଫେମ୍ ଆକ୍ଟ୍ରେସ୍ ପାର୍କ ସୁ ରୁୟୁନ୍ । ମାତ୍ର ୨୯ ବର୍ଷ ବୟସରେ ଅକାଳରେ ଘଟିଛି ତାଙ୍କ ମୃତ୍ୟୁ । ଯାହାକୁ ନେଇ ବର୍ତ୍ତମାନ ଶୋକ ସାୟାରେ ପୁରା ସାଉଥ୍ କୋରିଆ ଜଗତ । ଖବର ଅନୁ୍ଯାୟୀ ଜୁନ୍ ୧୧ ତାରିଖରେ ଅଭିନେତ୍ରୀ ନିଜ ଘରକୁ ଯିବା ସମୟରେ ହଠାତ୍ ପାହାଚରୁ ଖସି ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ବିଫଳ ହେବା ପରେ ଅଭିନେତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ୍ୟୁର ଗୋଟିଏ ଦିନପରେ ଅଭିନେତ୍ରୀ ଜଣଙ୍କର କେଜୁ ଦ୍ୱୀପରେ ସୁଟିଂ ଥିଲା । ହେଲେ ସୁଟିଂ ଶେଷ କରିବା ପୂର୍ବରୁ ହିଁ ଆଖି ବୁଜିଦେଲେ ଅଭିନେତ୍ରୀ । ପାର୍କ ସୋ ରିୟୁନଙ୍କ ଦେହାନ୍ତ ହେତୁ ବର୍ତ୍ତମାନ ସେଇ ଶୋ’ଟିକୁ ସୁଟିଂକୁ ବନ୍ଦ ରଖାଯାଇଛି । ତେବେ ପାର୍କ ସୁ’ଙ୍କ ପ୍ରଶଂସକମାନେ ଏଭଳି କଥାକୁ ହଠାତ୍ ବିଶ୍ୱାସ କରିପାରୁନାହାନ୍ତି ।
ଅନ୍ୟପଟେ ଅଭିନେତ୍ରୀଙ୍କ ପରିବାର ତାଙ୍କ ଅର୍ଗାନ୍ସ ବା ଅଙ୍ଗପ୍ରତ୍ୟଙ୍ଗକୁ ଡୋନେଟ୍ କରେଇବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ତାଙ୍କ ଝିଅଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ବାପା ମା । ଏନେଇ ଅଭିନେତ୍ରୀଙ୍କ ମା କହିଛନ୍ତି ଯେ ଡାକ୍ତର କେବଳ ପାର୍କ ସୁ’ର ବ୍ରେନ୍ ଡେଡ୍ / ମସ୍ତିଷ୍କ ମୃତ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଏବେବି ତାଙ୍କ ହୃଦୟ ଜୀବିତ ଆଉ ତାହା ସ୍ପନ୍ଦନ କରୁଛି । ଦୁନିଆରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଅଙ୍ଗପ୍ରତ୍ୟଙ୍ଗର ଆବଶ୍ୟକତା ରହିଛି । ଆଉ ମୋ ଝିଅ ସେଇ ଲୋକମାନଙ୍କ ଭିତରେ ହୃଦୟ ମାଧ୍ୟମରେ ଆଉଥରେ ବଞ୍ଚିଉଠିବ ।
ତେବେ ଅଭିନେତ୍ରୀ ଜଣଙ୍କ କୋରିଆ ଶୋ snow drop‘ରେ କାମ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଶୋ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା । ତାଙ୍କ ଭୂମିକା ବିଷୟରେ କଥାବାର୍ତ୍ତା କରି ଅଭିନେତ୍ରୀ ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରିଥିଲେ। ସେ କହିଥିଲେ ଯେ ଶୋ’ରେ ତାଙ୍କର ଭୂମିକା ବହୁତ ଛୋଟ ହୋଇଥିଲେ ମଧ୍ୟ ସେଟରେ ସମସ୍ତେ ବହୁତ୍ କ୍ୟାରିଙ୍ଗ୍ ବା ଯତ୍ନବାନ ଥିଲେ। ସେ ପୁଣିଥରେ ଅଭିନେତା ଜଙ୍ଗ ହେଙ୍କ ସହ କାମ କରିବାର ସୁଯୋଗ ପାଇବେ ବୋଲି ଆଶା ପ୍ରକଟ କରିଥିଲେ । କିନ୍ତୁ ତାଙ୍କର ଏହି ଆଶା ସବୁଦିନ ପାଇଁ ଆଶାରେ ରହିଗଲା ।