Pratidin TV

Odisha's Digital News Platform

ରାଶି ନକ୍ଷତ୍ରରେ ତିଆରି ହେଉଛି ସାବୁନ୍ , ବିବାହ ସହ ଗ୍ରହ ଦୋଷ କରିବ ଦୂର !

1 min read

ବଲାଙ୍ଗୀର ; ତ୍ଵଚାର ଯତ୍ନ ନେବା ପାଇଁ ଗାଧୋଇବା ସମୟରେ ଆମେ ସାବୁନ ବ୍ୟବହାର କରିଥାଉ। ଏହା ଦ୍ବାରା ଆମ ଚର୍ମ ସଫା ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ସାବୁନ ଦେଖେଇବୁ ଯାହାକୁ ଲଗାଇବା ଦ୍ଵାରା କେବଳ ଆପଣଙ୍କ ତ୍ଵଚା ସୁନ୍ଦର ରହିବ ତାହା ନୁହେଁ । ଆପଣଙ୍କ ଗ୍ରହ ନକ୍ଷତ୍ର ଦୋଷ, ପିତୃ ଦୋଷ, ଓ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ। ହଁ ଦର୍ଶକବନ୍ଧୁ ନିଜ ହାତ ତିଆରି ସାବୁନକୁ ନେଇ ଏଭଳି କିଛି ଦାବି କରନ୍ତି ବଲାଙ୍ଗୀର ସହର ମାଲପଡ଼ାର ଜଣେ ମହିଳା ।

ବଲାଙ୍ଗୀର ସହର ମାଲପଡ଼ାରେ ରହନ୍ତି ପୂର୍ଣ୍ଣିମା ମିଶ୍ର । ଗ୍ରହ ନକ୍ଷତ୍ର ଦୋଷ ନିବାରଣ ପାଇଁ ସାବୁନ ତିଆରି କରି ସେ ଏବେ ଚର୍ଚ୍ଚାରେ । ଏହି ହାତ ତିଆରି ସାବୁନର ଚାହିଦା ଏବେ ବଢ଼ିବାରେ ଲାଗିଛି । ପ୍ରାକୃତିକ ଉପକରଣକୁ ବ୍ୟବହାର କରି ସାବୁନ ତିଆରି କରୁଥିବାରୁ ଏହା ତ୍ୱଚା ପାଇଁ ଲାଭଦାୟକ ଅଟେ । ଏହା ସହିତ ଜନ୍ମ ତାରିଖ ଓ ବ୍ୟକ୍ତିର ନାମ ଅନୁଯାୟୀ ପୂର୍ଣ୍ଣିମା ମିଶ୍ର ସ୍ଵତନ୍ତ୍ର ସାବୁନ ତିଆରି କରୁଛନ୍ତି । ଏହି ସାବୁନକୁ ବ୍ୟବହାର କଲେ ଲୋକଙ୍କ ଜୀବନର ଅନେକ ସମସ୍ୟାର ସାମଧାନ ହେଉଥିବା ସେ କହିଛନ୍ତି।

Advertisement

ହର୍ବାଲ ସାବୁନ ତିଆରି କରି ନିଜକୁ ସ୍ବାବଲମ୍ବୀ କରିବା ସହିତ ଏହାକୁ ଲୋକଙ୍କ ସେବା କରିବାର ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି ପୂର୍ଣ୍ଣିମା । ବଲାଙ୍ଗୀର ସହରରେ ତାଙ୍କର ହାତ ତିଆରି ସାବୁନ ର ଚାହିଦା ବଢିବାରେ ଲାଗିଛି । କେବଳ ବଲାଙ୍ଗୀର ନୁହେଁ ପଡୋଶୀ ବରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ପୁରୀ, ଭୁବନେଶ୍ୱର ରୁ ଗ୍ରାହକ ମାନେ ତାଙ୍କ ସହିତ ଯୋଡି ହେବାରେ ଲାଗିଛନ୍ତି। ହାତ ତିଆରି ସାବୁନ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ସେ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *