Pratidin TV

Odisha's Digital News Platform

ଟୋଲ ଫିରୁ ବର୍ତ୍ତିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡରେ ପଶିଗଲେ ସୋସିଆଲ ମିଡ଼ିଆ ଅଭିନେତା

ସୋସିଆଲ ମିଡିଆରେ ଭିଡିଓ ପ୍ରସ୍ତୁତ କରିଥିବା ମହାରାଷ୍ଟ୍ରର ଜଣେ ୩0 ବର୍ଷୀୟ ଅଭିନେତା ଶୁଭମ କୁମାର ମୁମ୍ବାଇର ୱର୍ଲିରେ ସି ଲିକ୍‌ ଟୋଲ ଗେଟରେ ଟୋଲ ଫି ନ ଦେବାରୁ ଗିରଫ ହୋଇଛନ୍ତି | ଟୋଲ ଫିରୁ ବଞ୍ଚିବା ପଡିଲା ମହଙ୍ଗା |

ତେବେ ସୂଚନାନୁସାରେ, ଶୁଭମ କୁମାର ଟୋଲ ଫି ନ ଦେବା ପାଇଁ ଟୋଲ ଗେଟ ପାଖରେ ଅଟକି ଯାଇଥିଲେ | କିଛି ସମୟ ପରେ ସେହି ଟୋଲ ଗେଟ ରାସ୍ତାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍‌କେଡ ଅତିକ୍ରମ କରିଥିଲା | ସେହି ସମୟରେ ଉକ୍ତ ବ୍ୟକ୍ତି ଜଣକ ନିଜ କାର ଧରି କାରକେଡ ସହ ଲୁଚି ଟୋଲ ଫି ନ ଦେଇ ପଳାଇଯିବାକୁ ଭାବିଥିଲେ | କିନ୍ତୁ ତାଙ୍କ ଉପାୟ ମାରିଥିଲା ଫେଲ | ଜଣେ ପୁଲିସ୍‌ ଅଧିକାରୀ ଏହା ଦେଖି ତୁରନ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକଜଣକ ଅଟକି ନ ଥିଲେ।

ଏହାପରେ ତୁରନ୍ତ ୱର୍ଲି ଟ୍ରାଫିକ ପୁଲିସ୍‌କୁ ଆଲର୍ଟ କରାଯାଇଥିଲା। ପରେ ଟ୍ରାଫିକ ପୋଲସ ଧରିଥିଲା | ଏହାପରେ ବାନ୍ଦ୍ରା ପୋଲିସ ଗିରଫ କରି ଜେଲ ପଠାଇଥିଲା |

Leave a Reply

Your email address will not be published. Required fields are marked *