ରାଜଧାନୀରେ ପୁଣି ଆତ୍ମହତ୍ୟା : ଆପାର୍ଟମେଣ୍ଟରୁ ମିଳିଲା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ
1 min readଭୁବନେଶ୍ୱର : ରାଜଧାନୀରେ ପୁଣି ଆତ୍ମହତ୍ୟା । ଏଥର କୌଣସି ଛାତ୍ରୀ ନୁହେଁ ବରଂ ଜଣେ ସପ୍ଟୱେୟାର ଇଞ୍ଜିନିୟର କରିଛନ୍ତି ଆତ୍ମହତ୍ୟା । ସୂଚନା ଅନୁ୍ଯାୟୀ ଘଟଣାଟି ଚନ୍ଦ୍ରଶେଖରପୁର ଶୈଳଶ୍ରୀ ଆର୍ପାଟମେଣ୍ଟର ଅଟେ । ସେଠାରେ ନିଜର ୩ ଜଣ ବନ୍ଧୁଙ୍କ ସହ ରହୁଥିଲେ ଶ୍ୱେତା ଉତ୍କଳା କୁମାରୀ(୨୬) ନାମରେ ଜଣେ ମହିଳା । ଆଜି ସକାଳୁ ପୋଲିସ ତାଙ୍କ ରୁମ୍ର କବାଟ ତାଡି ଝୁଲନ୍ତା ମୃତଦେହଟିକୁ ଜବତ୍ କରିଛି ।
ତେବେ ପୋଲିସ୍ ସୂଚନା ଅନୁଯାୟୀ ଗତକାଲି ରାତିପରଠୁ ଶ୍ୱେତାଙ୍କ ଫୋନ ସୁଇଚ୍ ଅଫ୍ ଆସୁଥିଲା ।ତାଙ୍କ ସହ ଯୋଗାଯୋଗ ନ ହୋଇପାରିବାରୁ ପରିବାର ଲୋକେ ପୋଲସର ଆଶ୍ରୟ ନେଇଥିଲେ । ତେବେ ଆଜି ସକାଳୁ ପୋଲିସ ଶ୍ୱେତାଙ୍କ ଫୋନ ଟ୍ରାକ୍ କରି ଶୈଳଶ୍ରୀ ଆର୍ପାଟମେଣ୍ଟ ରେ ଯାଇ ପହଞ୍ଚିଥିଲା । ଶ୍ୱେତାଙ୍କ ରୁମ୍ ଭିତର ପଟୁ ବନ୍ଦ ଥିବାରୁ ପୋଲିସ କର୍ମଚାରୀ ମାନେ ପରିବାର ଲୋକଙ୍କ ସହମତିରେ କବାଟଟିକୁ ତାଡିଦେଇଥିଲେ । ଏହାପରେ ତାଙ୍କ ଝୁଲନ୍ତା ମୃତ ଦେହଟିକୁ ସେଠାରୁ ଉର୍ଦ୍ଧାର କରି ପୋଲିସ ଶବ ବ୍ୟବିଛେଦ ନିମନ୍ତେ ପଠାଇଥିଲା । ପରେ ମୃତଦେହଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ତେବେ ଶ୍ୱେତା କାହିଁକି ଏପରି ଆତ୍ମହତ୍ୟା କଲେ ତାହା ଏଯାଏ ସନ୍ଦେହ ଘେରରେ ।ପୋଲିସ କରିଥିବା ତଦନ୍ତ ଅନୁଯାୟୀ – ଜନ୍ମାଷ୍ଟମୀ କାରଣ ବସତଃ ତାଙ୍କ ରୁମ୍ର ୩ ଜଣ ସାଙ୍ଗ ନିଜ ନିଜ ଘରକୁ ପଳାଯାଇଥିଲେ । କିନ୍ତୁ ଶ୍ୱେତା ଏକ ନାମିଦାମୀ କମ୍ପାନୀରେ ଚାକିରି କରୁଥିବା କାରଣରୁ ଘରକୁ ନଯାଇ ନିଜ ରୁମରେ ହିଁ ଲ୍ୟାପଟପ୍ ଜରିଆରେ କାମ କରୁଥିଲେ । ତେବେ ସେ ହଠାତ୍ ଏପରି କାହିଁକି କଲେ ତାହା ସ୍ପଷ୍ଟ କରିପାରିନି ପୋଲିସ । କିନ୍ତୁ ତଦନ୍ତ ସମୟରେ ଶ୍ୱେତାଙ୍କ ରୁମରୁ କେତେଗୁଡାଏ ଡାଏରି ମିଳିଥିଲା । ଯେଉଁଥିରେ ଜଣେ ଯୁବକଙ୍କ ନାଁ ସନ୍ଦେହ ଘେର ମଧ୍ୟକୁ ଆସିଛି । ଏନେଇ ପୋଲିସ ଉକ୍ତ ଯୁବକ ଜଣଙ୍କୁ ଜେରା କରିବା ସହ ଡାଏରି ଗୁଡିକ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି ।