Pratidin TV

Odisha's Digital News Platform

ମୁହଁ ଖୋଲିଲେ ଶ୍ୱେତାଙ୍କ ମା

1 min read

ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ହତ୍ୟା ମାମଲା – ଶେଷରେ ଝିଅକୁ ନ୍ୟାୟ ଦେବା ପାଇଁ ମୁହଁ ଖୋଲିଲେ ମାଁ । ପରିବାର ଲୋକେ ସୋମ୍ୟଜିତଙ୍କ ନାରେ ଅଭିଯୋଗ ଆଣିବା ପରେ ମଧ୍ୟ ପୋଲିସ ତାଙ୍କ ଉପରେ କୌଣସି ପ୍ରକାରର ପଦକ୍ଷେପ ନେଇନାହିଁ ବୋଲି ଅଭିଯୋଗ କରିଥିଲେ ବାପା ସୁଶାନ୍ତ କୁମାର । ତାଙ୍କ କହିବା ଅନୁଯାୟୀ ଥାନାରେ ଅଭିଯୋଗ କରିବା ଦିନ ହିଁ ସୌମ୍ୟଜିତ ଏବଂ ତାଙ୍କ ବାପାମାଙ୍କୁ ସେହି ପୋଲିସ ଷ୍ଟେସନ ବାହାରେ ହିଁ ଦେଖିଥିଲେ ସୁଶାନ୍ତ । ଏହାପରେ ମଧ୍ୟ ପୋଲିସ ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନଥିଲା ।

ସେମାନେ ପୋଲିସ ଷ୍ଟେସନ ଭିତରକୁ ମଧ୍ୟ ଯାଇଥିଲେ । ମାତ୍ର କିଛି ସମୟ ପରେ ସେମାନେ ଥାନାରୁ ବହାରକୁ ଆସିବାର ମଧ୍ୟ ଦେଖିଥିଲେ ସୁଶାନ୍ତଙ୍କ ବାପା । ତେବେ ଏଭଳି ପରିସ୍ଥିତିରେ ଶ୍ୱେତାଙ୍କ ବାପା ନ୍ୟାୟ ପାଇଁ ଆଶା ଛାଡିଦେଇଥିବା ବେଳେ ତାଙ୍କ ମାଁ ଉଠାଇଛନ୍ତି ବଡ ପଦକ୍ଷେପ । ଆଜି ଏକ ଭିଡିଓ ଜରିଆରେ ସେ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁହାରି କରିଛନ୍ତି ।

Advertisement

ସେ ଉକ୍ତ ଭିଡିଓରେ କହିଛନ୍ତି ଯେ ମୋ ଝିଅକୁ ସୌମ୍ୟଜିତ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇଛି । ମୋ ଝିଅ ପ୍ରତି ବହୁ ଅନ୍ୟାୟ ହୋଇଛି । ସୌମ୍ୟଜିତ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ୱେତାଙ୍କ ମା ।

Leave a Reply

Your email address will not be published. Required fields are marked *