ବାଲି ଚୋରାଚାଲାଣ ବେଳେ ମାଡି ବସିଲେ ତହସିଲଦାର ,ଜବତ କଲେ ୨ ଟ୍ରାକ୍ଟର …
1 min readଗଜପତି ; ଓଡ଼ିଶା ଉପରେ ଆନ୍ଧ୍ର ର ଲୋଲୁପା ଦୃଷ୍ଠି ସବୁବେଳେ ପଡୁଥିବା ବେଳେ ଓଡିଶା ବାଲି ଆନ୍ଧ୍ରକୁ ହେଉଛି ଚାଲାଣ । ଗଜପତି ଜିଲ୍ଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରତିଦିନ ଶହ ଶହ ଗାଡି ବାଲି ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ଲୋଡ ଲୋଡ ବାଲି ପଡୋଶୀ ରାଜ୍ୟ ଆନ୍ଧ୍ର କୁ ଚାଲାଣ ହେଉଛି । ତେବେ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଆସୁଥିଲା ।
ଦୈନିକ ରାଜରାସ୍ତାରେ ବେଫିକର ଭାବେ ବାଲି ଚୋରାଚାଲାଣ ବେଳେ କାଶୀନଗର ତହସିଲଦାର ଅଚାନକ ଚଡାଉ କରି ଦୁଇଟି ବାଲି ଟ୍ରାକ୍ଟର କୁ ଜବତ କରିଛନ୍ତି। ତହସିଲଦାରଙ୍କ ଯାଞ୍ଚ୍ ବେଳେ ବାଲି ପରିବହନ ର କୌଣସି କାଗଜପତ୍ର ନଥିବା ସହ ବେଆଇନ ଭାବେ ପରିବହନ ହେଉଥିବା ଜଣାପଡିଥିଲା । ଜବତ ଦୁଇ ଟ୍ରାକ୍ଟରକୁ ଥାନାକୁ ନେବା ସହ ଆଇନ ଉଲ୍ଲଂଘନ କାରି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
DRIVER
TAHASILDAAR
ଅପର ପକ୍ଷରେ ଟ୍ରାକ୍ଟର ଡ୍ରାଇଭରକୁ ଏ ସମ୍ପର୍କରେ ପଚାରିବାରେ ଓଡିଆ ଭାଷା ବୁଝିପାରିନଥିଲେ , ସେ ତେଲୁଗୁ ଭାଷାରେ ପ୍ରତିକ୍ରିୟା ରଖିଥିଲେ । ତେବେ ଏପରି ଶହ ଶହ ଗାଡି ଦୈନିକ ଚୋରା ଚାଲାଣ ହେଉଥିବାବେଳେ ସରକାଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନିହେଉଛି । ଏନେଇ ତହସିଲଦାର ଉଚିତ ପଦକ୍ଷେପ ନେବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି। ଏବଂ ଆଗକୁ ଏପରି କଡା ଯାଞ୍ଚ ହେଉବୋଲି ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଛନ୍ତି ।