ପୃଥିବୀ ଉପରେ ସୌରଝଡର ମାଡ : ପ୍ରଭାବିତ ହେବ ମୋବାଇଲ,ଟିଭି ଓ ରେଡିଓ ସିଗ୍ନାଲ ।
1 min readନୂଆଦିଲ୍ଲୀ : ପୃଥିବୀ ଉପରକୁ ଆସୁଛି ବଡ ବିପଦ । ମହାକାସ ପାଣିପାଗ ଭୌତିକ ବିଜ୍ଞାନୀ ଡା.ତମିଥା ସ୍କୋଭଙ୍କ ସୂଚନା ଅନୁଯାୟୀ , ୧୯ ଜୁଲାଇ ମଙ୍ଗଳବାର ମାନେ ଆଜି ପୃଥିôବୀ ଉପରକୁ ଏକ ସୌର ଝଡ ମାଡିଆସିବାର ଆଶଙ୍କା ରହିଛି ।
ତେବେ ସୂର୍ଯ୍ୟଙ୍କ ଠାରୁ ଏକ ସାପ ଆକାର ଭଳି ସୋଲାର ଫ୍ଲେୟର ଫୃଥିବୀକୁ ମାଡ ହେବ, ଯାହାଦ୍ୱାର ମ୍ୟାଗ୍ନେଟିକ ରେଡିଏସନ୍ ଓ ଊଷ୍ଣତା ବହୁତ ବଢିଯିବ । ତେବେ ପୃଥିବୀ ଉପରେ ଏହି ତାପର ପ୍ରଭାବ ବିଶେଷଭାବେ ପଡିବ ନାହିଁ କିନ୍ତୁ ଇଲେକ୍ଟୋ ମ୍ୟାଗ୍ନେଟିକ ରେଡିଏସନ୍ ଯୋଗୁ ପୃଥିବୀରେ ମ୍ୟାଗ୍ନେଟିକ୍ ଫିଲ୍ଡ ବା ଚୁମ୍ଭକୀୟ କ୍ଷେତ୍ର ଉପରେ ପ୍ରଭାବ ରହିବ । ଯାହାଦ୍ୱାରା ସାଟେଲାଇଟ୍,ଜିପିଏସ୍,ମୋବାଇଲ,ଟିଭି,ଓ ରେଡିଓ ସିଗନାଲ୍ କିଛି ସମୟ ପାଇଁ ବନ୍ଦ ହୋଇପାରେ ।