Pratidin TV

Odisha's Digital News Platform

ପ୍ରମାଣ ଦେଲେ ସୋମାଲିକା ! କହିଲେ ଭୁଲ ତଥ୍ୟ ଦେଇ ବିବାହ କରୁଛନ୍ତି ବିଜୟଶଙ୍କର..

1 min read

ଆଜି ସବ୍ ରେଜିଷ୍ଟ୍ରାର କୋର୍ଟରେ ହାଜର ହେଲେ ସୋମାଲିକା ଦାସ। ବିଧାୟକ ବିଜୟଶଙ୍କର କୋର୍ଟକୁ ଭୁଲ ତଥ୍ୟ ଦେଇଛନ୍ତି। ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବାନ୍ଧବୀ ସୋମାଲିକା । ତେବେ ସୋମାଲିକା କହିଛନ୍ତି ଯେ ବିଜୟ ଶଙ୍କରଙ୍କୁ ବିବାହ କରିବାକୁ ଥିବା ଯୁବତୀ ଜଣକ ପୂର୍ବରୁ ବିବାହିତ । ଏଥିସହ ଉକ୍ତ ଯୁବତୀ ଜଣକଙ୍କ ବିବାହ ବିଚ୍ଛେଦ ମଧ୍ୟ ହୋଇସାରିଛି । କିନ୍ତୁ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି । ଏପରିକି ଯୁବତୀଙ୍କ ବିବାହ ବେଳେ ସେଥିରେ ସାକ୍ଷୀ ରହିଥିଲେ ବିଜୟଶଙ୍କର ଥିବା ନେଇ ସୋମାଲିକା କହିଛନ୍ତି ।
ସୂଚନା ଅନୁଯାୟୀ , ସୋମାଲିକା ଅଭିଯୋଗ ଅନୁଯାୟୀ କୋର୍ଟରେ ଦର୍ଶାଇଛନ୍ତି କି ବିଧାୟକ ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତ ଓ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ହେଲେ କୋର୍ଟ ଆବେଦନରେ ସେହି ଯୁବତୀ ନିଜକୁ ଅବିବାହିତ ବୋଲି ଦର୍ଶାଇଛନ୍ତି ଅର୍ଥାତ୍ କୋର୍ଟକୁ ଭୁଲ୍ ତଥ୍ୟ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *