Pratidin TV

Odisha's Digital News Platform

ଅଭିଯୋଗ ନେଇ କଟକ ସବରେଜିଷ୍ଟାର ଅଫିସ ପହଞ୍ଚିଲେ ପ୍ରେମିକା ସୋମାଲିକା, ବିଜୟଙ୍କୁ ନେଇ କହିଲେ କିଛି ଏଭଳି..

1 min read

କଟକ : ଅଢୁଆରେ ଫସିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ଲୁଚି ଛପି ବିବାହ କରିବାକୁ କଟକ ସବରେଜିଷ୍ଟାର ଅଫିସରରେ କରିଥିଲେ ଆବେଦନ । ହେଲେ ତାଙ୍କ ଖବର ଧରା ପଡିବା ପରେ ପ୍ରତିବାଦ କରିଛନ୍ତି ପୂର୍ବତନ ବାନ୍ଧବୀ ସୋମାଲିକା । କଟକ ସବରେଜିଷ୍ଟାର ଯାଇ ଅଭିଯୋଗପତ୍ର ଦାଖଲ କରିଛନ୍ତି । ସୋମାଲିକା ପରିବର୍ତ୍ତେ ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ଏପରି କରିଛନ୍ତି ସୋମାଲିକା । ଅନ୍ୟ ଯୁବତୀ ଜଣକ ହେଲେ ପ୍ରତ୍ୟୁଷା ନନ୍ଦ । ତେବେ ସବ୍‌ରେଜିଷ୍ଟ୍ରୀ ଅଫିସ୍‌ରେ ଅଭିଯୋଗ ପରେ ସୋମାଲିକା ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ସୋମାଲିକା ।

ପୋଲିସ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା, ମୋତେ ନ୍ୟାୟ ଦରକାର । ଲୁଚିଛପି ଏଭଳି କରିଛନ୍ତି ବିଜୟ । ଏସମ୍ପର୍କରେ ମିଡିଆରୁ ଜାଣିଲି । ପୂର୍ବରୁ ବିଜୟ ଶଙ୍କରଙ୍କ ନାମରେ ମାମଲା ଚାଲିଥିବା ବେଳେ ସେ କିଭଳି ଲୁଚିଛପି ବିବାହ କରିବା ପାଇଁ ଆବେଦନ କରିଛନ୍ତି । କ’ଣ ପାଇଁ ସେ ମୋ ଜୀବନ ସହିତ ଖେଳ ଖେଳୁଛନ୍ତି । ମୋତେ ନ୍ୟାୟ ଏପର୍ଯ୍ୟନ୍ତ ମିଳିନାହିଁ । ତାହାପୂର୍ବରୁ ସେ କିପରି ଅନ୍ୟକୁ କିପରି ବିବାହ କରିବା ପାଇଁ ଆବେଦନ କରିଛନ୍ତି । ମୋତେ ନ୍ୟାୟ ମିଳିବା ଦରକାର । ମୋତେ ବାରମ୍ବାର ଥାନାକୁ ଡକାଯାଉଛି ।ବିଧାୟକ ହିସାବରେ ସେ ତାଙ୍କର ପାୱାର କୁ ଅପବ୍ୟବହାର କରୁଛନ୍ତି । ମୁଁ ମାନସିକ ନିର୍ଯାତନା ଭୋଗୁଛି । ମୁଁ ଡିପ୍ରେସନକୁ ଆସିଗଲିଣି ।ଏଭଳି କିଛି ବିଧାୟକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରେମିକା ସୋମାଲିକା।

Advertisement

Leave a Reply

Your email address will not be published. Required fields are marked *