Pratidin TV

Odisha's Digital News Platform

ବିଧାୟକଙ୍କ ବିବାହ ରୋକିବାକୁ ହାଇକୋର୍ଟ ଗଲେ ବାନ୍ଧବୀ, ବଢିଲା ବିଜୟ ଶଙ୍କରଙ୍କ ଅଡୁଆ..

1 min read

ବଢିଲା ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ବିଧାୟକଙ୍କ ପିଛା ଛାଡୁନି ବିବାଦ । ଗୋଟେ ପରେ ଗୋଟେ ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ତେବେ ଆଜି କଟକ ସବରେଜିଷ୍ଟାର ଅଫିସରେ ପହଞ୍ଚିଛନ୍ତି ବିଧାୟକଙ୍କ ପ୍ରେମିକ ସୋମାଲିକା । ବିଧାୟକଙ୍କ ବିରୋଧ ପୁଣି ଆଣିଲେ ଆଉ ଏକ ଅଭିଯୋଗ । ବିଜୟଙ୍କ ବୟସକୁ ନେଇ ସୋମାଲିକା ଅଭିଯୋଗ କରିଛନ୍ତି । ସେହିପରି ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରେମିକା ସୋମାଲିକା । ତେବେ ହାଇକୋର୍ଟରେ ମିସ୍ କେଶ୍ ଫାଇଲ କରିଛନ୍ତି ବାନ୍ଧବୀ । କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ୍ ଲଗାଇବାକୁ କଲେ ନିବେଦନ । ସୋମାଲିକାଙ୍କ ଛାଡି ଆଉ ଜଣେ ଯୁବତୀଙ୍କ ସହ ବିଜୟ ଶଙ୍କର ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ନେଇ ଜଣା ପଡିବା ପରେ ଏସବୁ ବିବାଦ ଆରମ୍ଭ ହୋଇଥିଲା । ବିଜୟ ଶଙ୍କର ଙ୍କ ନାଁ ରେ ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି ସୋମାଲିକା । ସୂଚନାମୁତାବକ, ତିର୍ତ୍ତୋଲ ବିଧାୟକ ଗତ ସେପ୍ଟେମ୍ବର ୨୧ରେ ଅନ୍ୟ ଯୁବତୀଙ୍କୁ ବିବାହ କରିବା ନେଇ କଟକ ସବରେଜିଷ୍ଟାର ରେ ଆବେଦନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ବିଧାୟକଙ୍କ ବିବାହକୁ ନେଇ ବିରୋଧ କରିଥିଲେ ବାନ୍ଧବୀ । ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ବିଧାୟକଙ୍କ ବିବାହକୁ ବିରୋଧ କରିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ବାନ୍ଧବୀ ସୋମାଲିକା ।

Advertisement

Leave a Reply

Your email address will not be published. Required fields are marked *