Pratidin TV

Odisha's Digital News Platform

ବଢ଼ିଲା ବିଜୟଶଙ୍କରଙ୍କ ଅଡୁଆ , ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୋମାଲିକା..

1 min read

ନିର୍ବାଚନ ପୂର୍ବରୁ ବଢ଼ିଲା ବିଜୟଶଙ୍କରଙ୍କ ଅଡୁଆ । ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜୟଙ୍କ ପ୍ରେମିକା ସୋମାଲିକା ଦାସ । ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ । ଯାହାପରେ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା । ହାଇକୋର୍ଟ ରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ସୋମାଲିକା। ତଦନ୍ତରେ ଶିଥିଳତା ଅଭିଯୋଗରେ ମାମଲା ଦାୟର କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ସତ୍ତ୍ୱେ ତଦନ୍ତ ହେଉ ନଥିବା ଅଭିଯୋଗ ହୋଇଛି ।ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଜଗତସିଂହପୁର ଥାନାରେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୁଲିସ ଠିକ୍ ଭାବରେ ତଦନ୍ତ କରୁନଥିବା ଦର୍ଶାଇ ସୋମାଲିକା ଏହି ମାମଲା କରିଛନ୍ତି । ସୂଚନାଯୋଗ୍ୟ, ବିଧାୟକ ବିଜୟଶଙ୍କର ତାଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ବିବାହ କରିବା ପାଇଁ ୨୦୨୨ ମେ’ ୧୭ରେ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାପରେ ଜୁନ ୧୭ରେ ଉଭୟ ଉପସ୍ଥିତ ରହି ବିବାହ କରିଥାନ୍ତେ। ହେଲେ ସୋମାଲିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ସୋମାଲିକା ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ। ତେବେ ଏହି ଘଟଣାରେ ପୋଲିସ ତତ୍ପରତା ଦେଖାଉନଥିବାରୁ ଆଜି ହାଇକୋର୍ଟ ଯାଇଛନ୍ତି ସୋମାଲିକା।

Advertisement

Leave a Reply

Your email address will not be published. Required fields are marked *