Pratidin TV

Odisha's Digital News Platform

ଆମେ ଭୂମିହୀନ ବାବୁ , ୫ ମାସ ହେବ ଆକାଉଣ୍ଟକୁ ଭର୍ତ୍ତା ଟଙ୍କା ଆସୁନି ଚଳିବୁ କେମିତି ?

1 min read

ଯାଜପୁର : ଭର୍ତା ଟଙ୍କା ପାଇଁ ଗୁହାରୀ କଲେ ହିତଧିକାରୀ। ଡହ ଡହ ଖରାରେ ବାରମ୍ବାର ବ୍ୟାଙ୍କ ଆଉ ବ୍ୟାଙ୍କରୁ ବ୍ଲକ ଦୈଡୁଥିଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । ବୟସର ଅପରାହ୍ଣରେ ଦୁଇ ଓଳି ଦୁଇ ମୁଠା ପେଟକୁ ଦାନ ଯୋଗାଇବା ପାଇଁ ଡହ ଡହ ଖରାରେ ଡହଳ ବିକଳ ହେଉଛନ୍ତି ବୃଦ୍ଧ ମଉସା ମାଉସୀ । ରାଜ୍ୟ ସରକାର ଗରୀବ ନିସହାୟ ଲୋକ ମାନଙ୍କୁ ବାର୍ଦ୍ଧକ୍ୟ ଭର୍ତା ଯୋଗାଇ ଆସୁଛନ୍ତି ।କିନ୍ତୁ କିଛି ସରକାରୀ ଅଧିକାରୀଙ୍କ ବୈମାତ୍ରୁକ ମନୋଭାବ ପାଇଁ ଏହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପଂହଚି ପାରୁନି । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତରୁ ।

ଆଜି ଶତାଧିକ ବୃଦ୍ଧ ଏବଂ ବୃଦ୍ଧା ମାନେ ଧର୍ମଶାଳା ବ୍ଲକରେ ଏକତ୍ରିତ ହୋଇ BDO ଙ୍କୁ ଭେଟି ସେମାନଙ୍କର ଗୁହାରି ଜଣାଇଥିଲେ । ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି BDO ସେମାନଙ୍କୁ କହିଛନ୍ତି ।ରାଜ୍ୟ ସରକାର ଙ୍କ ପକ୍ଷରୁ ଗରିବ ନିଶହାୟ ବୃଦ୍ଧ ଏବଂ ବୃଦ୍ଧା ମାନଙ୍କ ପାଖରେ କିଭଳି ଭାବରେ ସେମାନଙ୍କ ସହାୟତା ପଂହ୍ନଚିବ କଡା ନିର୍ଦ୍ଦେଶ ରହି ଥିବାବେଳେ କାହିକି ଏହାର ଅବମାନନା ହେଉଛି ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ଗତ ସାତରୁ ଆଠମାସ ହେବ ଏମାନେ ଭର୍ତା ନପାଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି।

Advertisement

କିନ୍ତୁ ଏଠାରେ ଗୋଟେ ପ୍ରଶ୍ନ ଉଠୁଚି ସରକାରଙ୍କ ର ଯୋଜନା ଉପରେ ଯୋଜନା ।କିନ୍ତୁ ଏହି ଯୋଜନା କାହିଁକି ହିତାଧିକାରୀ ଙ୍କ ପାଖରେ ପଂହଚି ବାରେ ବିଳମ୍ବ ହେଉଛି ?

Leave a Reply

Your email address will not be published. Required fields are marked *