Pratidin TV

Odisha's Digital News Platform

କାହିଁକି ଲରେନ୍ସ ବିଷ୍ଣୋଇକୁ ଭେଟି କ୍ଷମା ମାଗିବାକୁ ଚାଁହୁଛନ୍ତି ସଲମାନଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ସୋମି ?

1 min read

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଖୋଲାଖୋଲି ଭାବେ ସଲମାନ ଖାନଙ୍କୁ ଧମକ ଦେଇଛି। ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ମଧ୍ୟ ଦାୟୀ । ଏସବୁକୁ ଦୃଷ୍ଟିରେ ରଖି ସୁପରଷ୍ଟାରର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ସେପଟେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସୋମି ଅଲିବର୍ତ୍ତମାନ  ଲାଇମଲାଇଟକୁ ଆସିଛନ୍ତି।

 ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସୋମି ଅଲି କହିଛନ୍ତି ଯେ ସେ ଜେଲ ଯାଇ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ମଧ୍ୟ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛନ୍ତି।

Advertisement

ସୋମି ଅଲି କହିଛନ୍ତି- ସଲମାନ ଖାନ କଳା ହରିଣ ଶିକାର କରିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ପୂଜା କରନ୍ତି ଏବଂ ଏହାକୁ ଏକ ଦେବତା ପରି ବିବେଚନା କରନ୍ତି। ମୁଁ ନିଶ୍ଚିତ ଭାବରେ କହିପାରେ ଯେ ସଲମାନ ଏ ବିଷୟରେ ଜାଣି ନଥିଲେ। ମୁଁ ଏହା ଜାଣେ କାରଣ ଅଭିନେତା ଯୋଧପୁରରୁ ଫେରିବା ପରେ ସେ ମୋତେ ଏହା ବିଷୟରେ କହିଥିଲେ। ମୁଁ ସେତେବେଳେ ତାଙ୍କ ସହ ସମ୍ପର୍କ ରଖିଥିଲି। ସୋମି ଆହୁରି କହିଛନ୍ତି- ଯଦି ସେ ଜାଣିଶୁଣି ଭୁଲ କରିଛନ୍ତି, ତେବେ ସଲମାନ ଖାନ କେବଳ ସେହି ଅଞ୍ଚଳରେ ଶିକାର କରିଛନ୍ତି କି? ଅନ୍ୟ ଲୋକମାନେ କ’ଣ କରନ୍ତି ନାହିଁ? ମୁଁ ବିଷ୍ଣୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛି। ସଲମାନ ଖାନ ପଶୁ ଏବଂ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଥରେ ଆହତ ବିଲେଇଙ୍କୁ ମୋ ସାମ୍ନାରେ ଚିକିତ୍ସା କରିଥିଲେ। ସଲମାନଙ୍କୁ ହତ୍ୟା କରିବା ପରେ କ’ଣ ସେହି ହରିଣକୁ ଫେରାଇ ଆଣିବ ହେବ କି ବୋଲି ସୋମି ପ୍ରଶ୍ନ କରିଛନ୍ତି। ତେବେ\ଏହା କି ପ୍ରକାର ଲଜିକ ବା ତର୍କ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ସୋମି କହିଛନ୍ତି ଯେ ସେ ସଲମାନ ଖାନଙ୍କ ସହ ଆଦୌ କଥା ହେବାକୁ ଚାହାଁନ୍ତି ନାହିଁ। ସଲମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ  ନାହିଁ। ସୋମି କହିଛନ୍ତି ଯେ ମୁଁ ୧୭ବର୍ଷ ଧରି ଝିଅ ଏବଂ ମହିଳାଙ୍କ ପାଇଁ ସ୍ବର ଉତ୍ତୋଳନ କରୁଛି। ମୁଁ ହିଂସା ବିରୁଦ୍ଧରେ ଅଛି।

Leave a Reply

Your email address will not be published. Required fields are marked *