ବଡ ଖୁଲାସା କଲେ ସୋମୀ ଅଲୀ,ଏମ୍ସ ଡାକ୍ତର ବଦଳାଦେଇଛନ୍ତି ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ!
1 min readସୁଶାନ୍ତଙ୍କ ମୃତ୍ୟୁ କୁ ନେଇ ବଡ ଖୁଲାସା କରିଛନ୍ତି ଏକ୍ସ ଗାର୍ଲ ଫ୍ରେଣ୍ଡ ସୋମୀ ଅଲୀ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।ତାଙ୍କର କହିବାନୁସାରେ, ସୁଶାନ୍ତ ଜୀବନ ହାରି ନଥିଲେ, ତାଙ୍କର ହତ୍ୟା କରାଯାଇ ଥିଲା।
ସୋମୀ ଅଲୀ ରେଡିଟ୍ରେ ଆସ୍କ ମି ଏନିଥିଙ୍ଗ ପର୍ଯ୍ୟାୟରେ ଥିଲେ। ସେଥିରେ ସୋମୀଙ୍କୁ ପଚରା ଯାଇଥିଲା , ସୁଶାନ୍ତ ସିଂହ ରାଜପୂତଙ୍କ ମାମଲାରେ ଆପଣଙ୍କ ମତ କଣ ? ଏହା ଉପରେ ସୋମୀ ଜବାବ ଦେଇ ଲେଖିଛନ୍ତି, ତାଙ୍କର ହତ୍ୟା କରାଯାଇ ଥିଲା। କିନ୍ତୁ ଏହାକୁ ଅନ୍ୟ ରୂପ ଦିଆ ଗଲା। ଏମ୍ସର ଡାକ୍ତର ସୁଧିର ଗୁପ୍ତାଙ୍କୁ ପଚାରନ୍ତୁ, ଯିଏକି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ବଦଳାଇଛନ୍ତି। ପଚାରନ୍ତୁ ତାଙ୍କୁ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ କାହିଁକି ବଦଳାଇଲେ ?
ସୁଶାନ୍ତ ସିଂହ ରାଜପୂତଙ୍କର ମୃତ୍ୟୁ ୪ବର୍ଷ ପୂର୍ବେ ହୋଇ ଥିଲା। ସୁଶାନ୍ତଙ୍କର ମୃତ୍ୟୁର ୪ ମାସ ପରେ ଏମ୍ସ ମେଡିକାଲ ବୋର୍ଡ ସୁଶାନ୍ତଙ୍କର ମୃତ୍ୟୁ ହତ୍ୟା ସମ୍ଭାବନାକୁ ମନା କରିଥିଲେ। ସେ ଏହାକୁ ସୁଶାନ୍ତ ଜୀବନ ହାରିଥିବା କହିଥିଲେ। ଏମ୍ସ ଫରେନ୍ସିକ୍ ମେଡିକାଲ ବୋର୍ଡର ଅଧ୍ୟକ୍ଷ ଡାକ୍ତର ସୁଧୀର ଗୁପ୍ତା କଥିତ ଭାବେ ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତଙ୍କ ଶରୀରରେ ଫାଶୀ ବ୍ୟତୀତ ଆଉ କୌଣସି ଚିହ୍ନ ନାହିଁ ।