Pratidin TV

Odisha's Digital News Platform

ଅଲୋଡ଼ା ପଡିଲେ ୨ ପୁଅ ; ଝିଅ -ଜ୍ୱାଇଁ କାନ୍ଧରେ ମଶାଣି ଗଲା ମା’ର କୋକେଇ….

1 min read

କେନ୍ଦୁଝର : ପୁଅଟିଏ ଜନ୍ମ କରି ମାଁ ତା ଜନ୍ମ ଦିନରୁ ସ୍ୱପ୍ନ ଦେଖୁଥାଏ ,ନିଜର ଶେଷ ଦିନରେ ବା ଶେଷ ସମୟରେ ତାକୁ ଶଶ୍ମାନକୁ କାନ୍ଧରେ ନେବ ମୁହଁରେ ମୁଖାଗ୍ନି ଦେବ ଆଉ ସବୁଦିନ ପାଇଁ ଶାନ୍ତିରେ ଆର ପାରିକି ଚାଲିଯିବ । କିନ୍ତୁ ୨ ଟି ପୁଅ ଜନ୍ମ କରିବି ଜଣେ ମାଁର ଏଭଳି ସ୍ୱପ୍ନ ଅଧାରେ ରହିଯାଇଛି । ମଲାପରେ ବି ମାଁ ର ମୃତ ଦେହ ପାଖକୁ ଆସିଲେନି ପୁଅ , ଶେଷରେ ମାଁକୁ କାନ୍ଧରେ ନେଇ ମୁଖାଗ୍ନି ଦେଲେ ଝିଅ-ଜ୍ୱାଇଁ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଅନ୍ତର୍ଗତ ସାଲେଇକେନ ଗ୍ରାମରେ । ଏକ ବୃଦ୍ଧା ଅପୂର୍ବା ନାୟକ ତାଙ୍କ ଝିଅ ନିରାଶ ନାୟକ ଜୁଆଇ ସତ୍ୟାନନ୍ଦ ନାୟକ ଙ୍କ ଘରେ ପାଞ୍ଚ ବର୍ଷ ହେବ ରହି ଆସୁଥିଲେ । କିନ୍ତୁ ବୃଦ୍ଧାଙ୍କର ବାନ୍ଧକ୍ୟ କାରଣରୁ ଗତକାଲି ମୃତ୍ୟୁ ହୋଇ ଯାଇ ଥିଲା ।

ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧା ଅପୂର୍ବାଙ୍କ ଘର ଯୋଡ଼ା ଅଞ୍ଚଳରେ ଏବଂ ତାଙ୍କର ଦୁଇ ପୁତ୍ର ଅଛନ୍ତି – ବୋହୂ ନାତି ନାତୁଣୀ ସମସ୍ତେ ଅଛନ୍ତି । କିନ୍ତୁ ପରିଣତ ବୟସରେ ମା’ ପୁଅମାନଙ୍କ ପାଇଁ ବୋଝ ପାଲଟିଗଲେ । ପୁଅମାନେ ହତାଦର କରିବାରୁ ଅପୂର୍ବା ସଲେଇକେନାରେ ଥିବା ନିଜ ଝିଅ ନିରାଶଙ୍କ ଘରେ ରହୁଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ର ଶେଷ ଯାତ୍ରାରେ ସାମିଲ ହେବା ପାଇଁ ପୁଅମାନଙ୍କୁ ଖବର ଦିଆଯାଇଥିଲା, ହେଲେ ସେମାନେ ଆସିଲେ ନାହିଁ । ସେମାନେ ନ ଆସିବାରୁ ଝିଅ ଓ ଜ୍ୱାଇଁ ମିଶି କୋକେଇ ବୋହିବା, ମୁଖାନ୍ନି ଦେବା ସହିତ ଶେଷକୃତ ସମ୍ପୂଣ୍ଣ କରି ଥିଲେ । ଏବଂ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କଲେ । ଲୋକଙ୍କର ବହୁ ପ୍ରସଂଶା ମଧ୍ୟ୍ୟ ସାଉଁଟିଲେ । ନାରୀ କୁ କିଏ ର୍ଦୁବଳ କହୁଥିବା ବେଳେ ଏଠାରେ ନାରୀ ଵି ସର୍ବ ଶକ୍ତିମାନ । ଶେଷକୃତ ସମୟରେ ଗ୍ରାମର ସୋ ହୃଦୟ ବ୍ୟାକ୍ତିଙ୍କ ସହିତ ସଲେଇକେନ ସରପଞ୍ଚ ପାଗେଲା ମୁଣ୍ଡା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *