Pratidin TV

Odisha's Digital News Platform

ପୁଅ ଦାନ କଲା ବୃଦ୍ଧ ବାପାର ଆଖି

କଟକ : ପୁଅ ଦାନ କଲା ମୃତ ବାପା ର ଆଖି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ । ମାଧବ ପୃଷ୍ଟି ବୟସ ୬୩ବର୍ଷଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବାପଡା ଗ୍ରାମରେ ବୃଦ୍ଧ ମାଧବ ପୃଷ୍ଟି ଶୌଚ ହେବା ପାଇଁ ସକାଳେ ଘର ର ପଛପଟେଥିବା ପ୍ରାଚୀ ନଦୀକୁ ଯାଇଥିଲେ ।ନଦୀରେ ପ୍ରଖୋର ସ୍ରୋତ ରେ ଗୋଡ଼ ଖସିଯାଇ ନଦୀ ଗର୍ଭରେ ଥିବା ନଟା ଦଳ ଭିତରେ ଛନ୍ଦି ହୋଇ ପଡ଼ି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧ ଘରକୁ ନ ଆସିବାରୁ ଘରଲୋକ ନଦୀକୁ ଯାଇ ଖୋଜାଖୋଜି କରିଥିଲେ । ପରେ ନ ପାଇବାରୁ ଗ୍ରାମବାସୀ ମାନେ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।ନିଆଳି ଅଗ୍ନିଶମ ବିଭାଗ ପହଞ୍ଚି ନଦୀରୁ ବୃଦ୍ଧକୁ ଉଦ୍ଧାର କରିଥିଲେ ।

ଗ୍ରାମର ଲୋକ ମାନେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଠାରେ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଏହି ମୃତ୍ୟୁ ଖବର ପାଇଁ ଚାରିଛକ ରେ ଥିବା କବିରାଜ କୁଳମଣି ମେମୋରୀୟଲ ଟ୍ରଷ୍ଟ ର ସଭାପତି ଡ଼ କେଦାରନାଥ ସାହୁ ପହଞ୍ଚି ମୃତ୍ୟୁ ପିତାର ଆଖି ଦାନ କରିବା ପାଇଁ ପୁତ୍ର ମାନସ ପୃଷ୍ଠି କୁ ବୁଝାଇ ଥିଲେ । ମାନସ ପୃଷ୍ଟି ବାପା ଙ୍କ ଆଖି ଦାନ କରିବା ପାଇଁ ରାଜି ହୋଇ ଥିଲେ ,ପରେ କୁଳମଣି ଟ୍ରଷ୍ଟ ସଭାପତି ସହଯୋଗ କ୍ରମେ ଭୁବନେଶ୍ୱର ରୁ ଆଇ ବ୍ୟାଙ୍କ କର୍ମଚାରୀ ଟେକନିସ୍ୱାଲ ଅଶ୍ୱିନୀ ଜେନା , ନିଳାଦ୍ରୀ ବିହାରୀ ଦାସ ଆଇ ମ୍ୟାନେଜର ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତ୍ୟୁ ମାଧବ ପୃଷ୍ଟି ର ଦୁଇଟି ଆଖି ନେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ତାପସ କୁମାର ସାହୁ ସହଯୋଗ କରିଥିଲେ ।ପରେ ପୁତ୍ର ମାନସ ପୃଷ୍ଟିକୁ କବିରାଜ କୁଳମଣି ମେମୋରୀୟଲ ଟ୍ରଷ୍ଟ ସଭାପତି ଡ଼ କେଦାର ନାଥ ସାହୁ ଚାରିଛକ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତ ରେ ମାନପତ୍ର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ସଭାପତି ଙ୍କ ସହଯୋଗ ରେ ଚାରିଛକ ରେ ଏପରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଥମ କରି କରାଇ ଥିବାରୁ ଚାରିଛକ ଅଞ୍ଚଳର ବୁଦ୍ଧିଜୀବୀ ମାନେପୁତ୍ର ମାନସ ପୃଷ୍ଟିକୁ ପ୍ରଶଂସା ର ସୁଅ ଛୁଟିଥିଲା ବେଳେ ଟ୍ରଷ୍ଟର ସଭାପତି କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *