Pratidin TV

Odisha's Digital News Platform

ନବିଙ୍କ ବଲରେ ଧୋନିଙ୍କ ସିଗନେଚର ଷ୍ଟାଇଲରେ ହେଲିକପ୍ଟର ସଟ ମାରିଲା ପୁଅ…..

1 min read

ଚଳିତ IPL ରେ ଭଲ ଆରମ୍ଭ କରିନି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତର ୩ଟି ମ୍ୟାଚ୍‌ରେ ପରାଜୟ ହେବ ପରେ ଶେଷ ମ୍ୟାଚ୍‌ରେ ବିଜୟ ଲାଭ କରିଛି ମୁମ୍ବାଇ । ଆଜି IPL ରେ ପରବର୍ତ୍ତୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ । ତେବେ RCB ବିପକ୍ଷରେ ମୁମ୍ବାଇର ମ୍ୟାଚ୍ ପୂର୍ବରୁ ମହମ୍ମଦ ନବୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ବେଶ ଭାଇରାଲ ହୋଇଛି | ଏଥିରେ ସେ ନିଜ ପୁଅ ସହିତ ପଡ଼ିଆରେ ନଜର ଆସିଛନ୍ତି | ନବୀଙ୍କ ପୁଅ ମହେନ୍ଦ୍ର ସିଂ ଧୋନିଙ୍କ ହେଲିକପ୍ଟର ସଟ ମରୁଥିବାର ଦେଖିବାକୁ ନଜର ଆସିଥିଲା |

ବାସ୍ତବରେ ନବୀ ତାଙ୍କ ପୁଅ ସହିତ ଖେଳୁଥିବା ଦେଖିବାକୁ ମିଳିଥିଲା | ଏହି ସମୟ ମଧ୍ୟରେ ନବି ବୋଲିଂ କରିଥିଲେ। ତାଙ୍କ ପୁଅ ନବିଙ୍କ ବଲରେ ହେଲିକପ୍ଟର ସଟ ମାରୁଥିଲେ । ମୁମ୍ବାଇ ଏହାର ଭିଡିଓ କରି X ରେ ସେୟାର କରିଥିଲା | ଅନେକ ଲୋକ ଏହି ଭିଡ଼ିଓ ଦେଖିବା ପରେ ବହୁତ ପସନ୍ଦ କରିଥିଲେ | ଏବଂ ଭିଡିଓରେ ଅନେକ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା |

Advertisement

ସୂଚନାନୁସାରେ, ଅଫଗାନିସ୍ତାନର ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବୀ ଚଳିତ ବର୍ଷ IPL ରେ ମୁମ୍ବାଇ ଇଂଡିଆନ୍ସ ପକ୍ଷରୁ ଖେଳୁଛନ୍ତି | ଚଳିତ ସିଜନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ ୧୯ଟି IPL ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ୧୩ ଟି ୱିକେଟ୍ ନେଇଛନ୍ତି |

Leave a Reply

Your email address will not be published. Required fields are marked *