Pratidin TV

Odisha's Digital News Platform

ଶ୍ୱଶୁର ଘର ଯିବା ଜ୍ୱାଇଁକୁ ପଡିଗଲା ମହଙ୍ଗା, ଶଳାର ଇଟା ପାହାରରେ ଚାଲିଗଲା ଭିଣୋଇର ଜୀବନ..

ଲକ୍ଷ୍ନୌ: ପାରିବାରିକ କଳହର କରୁଣ ପରିଣତି । ଜ୍ୱାଈଁକୁ ଡାକି ନେଇ ଶ୍ୱଶୁର ଘର ଗାଁରେ କରାଗଲା ହତ୍ୟା । ଏଭଳି ଏକ ଲଜ୍ୟାଜନକ ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ।ରାସ୍ତା ମଝିରେ ଇଟାରେ ପିଟି ପିଟି ଜ୍ୱାଇଁକୁ ଅତି ନିର୍ମମ ଭାବରେ ହତ୍ୟା କଲେ ଶାଶୁଘର ଲୋକେ । ତେବେ ଏହି ଘଟଣା ରେ ପୋଲସ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୨ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ,ଉତ୍ତରପ୍ରଦେଶ ବିଞ୍ଜୋର ଜିଲ୍ଲାର ସରାଇ ଇମ୍ମା ଗାଁରେ ବସବାସ କରନ୍ତି ଆସିଫ ଏବଂ ତାଙ୍କ ସ୍ତ୍ରୀ । ଦୀର୍ଘ ଦିନ ହେବ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡା ଲାଗି ରହିଥିଲା । ତେବେ ଝଗଡା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଶେଷରେ ସ୍ୱାମୀକୁ ଛାଡି ସ୍ତ୍ରୀ ତା ବାପ ଘର ଦୁଧଲି ଗାଁକୁ ଚାଲି ଯାଇଥିଲା । ଏହାପରେ ସେଠାରେ ଥିବା କିରତପୁର ଥାନାରେ ସ୍ୱାମୀ ଆସିଫଙ୍କ ନାଁରେ ସ୍ତ୍ରୀ ଅଭିଯୋଗ କରିଥିଲେ । ଯାହାକୁ ନେଇ ମାମଲା ବିଚରାଧୀନ ଥିଲା । ସେପଟେ ସ୍ତ୍ରୀକୁ ଘରକୁ ଫେରାଇ ଆଣିବାକୁ ଆସିଫ ଶ୍ୱଶୁର ଘରକୁ ଯାଇଥିଲେ । କିନ୍ତୁ ଝିଅକୁ ଛାଡି ନଥିଲେ ପରିବାର ଲୋକେ । ଜ୍ୱାଇଁ ଶ୍ୱଶୁର ଘର ଗାଁରେ ପହଞ୍ଚିଥିବା ବେଳେ ତାଙ୍କ ଶଳା ଏବଂ ଗାଁର ମୁଖିଆ ମିଶି ଆସିଫଙ୍କୁ ମାରପିଟ କରିଥିଲେ । ତେବେ ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନଥିଲା । ଶେଷରେ ପାଖରେ ପଡିଥିବା ଇଟାକୁ ଆଣି ଆସିଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ଲହୁ ଲୁହଣ ଅବସ୍ଥାରେ ଆସିଫଙ୍କ ମୃତ୍ୟୁ ହୋଇଯାଇଥିଲା ।

ସେପଟେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଆସିଫଙ୍କ ପରିବାର ଲୋକଙ୍କ କହିବା ମୁତାବକ ବୋହୂ କିଛି ଦିନ ପାଇଁ ଶାଶୁ ଘରେ ରହି ବାପ ଘରକୁ ଚାଲି ଯାଇଥିଲା । ଏହାପରେ ଆଉ ଘରକୁ ଫେରି ନଥିଲା । ସ୍ତ୍ରୀକୁ ଘରକୁ ନେଇଯିବାକୁ ଡାକି ନେଇ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ।ତେବେ ଏନେଇ ଆସିଫଙ୍କ ବାପା ଝିଅଘର ପକ୍ଷଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଝିଅ ଘରର ୫ଜଣ ଲୋକଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ଗିରଫ କରିଥିବା ବେଳେ ବାକି ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *