Pratidin TV

Odisha's Digital News Platform

ଶଶୂର ଘରେ ନିଆଁ ଲଗେଇଲା ଜ୍ୱାଇଁ : ଗୁରୁତର ଅବସ୍ଥାରେ ଶାଶୁ ,ଶଶୂର

1 min read

ଭୁବନେଶ୍ୱର : ଧର୍ମଗଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ନୃଶଂସ ଘଟଣା । କୁଣିଆ ଭାବେ ଶଶୁର ଘରକୁ ଆସିଥିବା ଜ୍ୱାଇ ଘଟାଇଲା ଅମାନବୀୟ କାଣ୍ଡ ।ସୂଚନା ଅନୁଯାୟୀ ଜୟପାଟଣା ଥାନା ବଲାଗାଁରେ ଶଶୂର ଘରକୁ ବୁଲିବା ପାଇଁ ଆସି ଘରେ ନିଆଁ ଲଗେଇଦେଇଥିଲା ଜ୍ୱାଇଁ । ତେବେ ଶାଶୁ ଶଶୂର ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗେଇଦେଇଥିଲା ଜ୍ୱାଇଁ । ନିଆଁ ଜୋର ଧରିବା ପରେ ଗ୍ରାସବାସୀଙ୍କ ସାହାର୍ଯ୍ୟରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ଶାଶୁ ଶଶୂର ୨ ଜଣ ।

ଏହାପରେ ଗ୍ରାମବାସୀ ଅଗ୍ନୀଶମ ବାହିନୀଙ୍କୁ ଡକାଇ ଥିଲେ । ଘଟଣା ସ୍ଥଳରେ ଅଗ୍ନୀବାହି ଟିମ୍ ପହଞ୍ଚି ନିଆଁକୁ ଆୟତ କରିବା ସହ ଶାଶୁ-ଶଶୁର ଦୁହିଁଙ୍କୁ ଚିକିତ୍ସାଳୟ ପଠାଇଥିଲା । ଶଶୂରଙ୍କ ଅବସ୍ଥା ଏତେଟା ଖରାପ ନଥିଲାବେଳେ ଶାଶୁ ଗୁତୁତର ଅବସ୍ଥାରେ ଅଛନ୍ତି ବୋଲି କହିଛି ପୋଲିସ । ତେବେ ଘଟଣା ସ୍ଥଳରୁ ଦ୍ୱାଇଁ ଚମ୍ପଟ ମାରିଥିବା ସୂଚନା ମିଳୁଛି । କଣ ପାଇଁ ଓ କହିଁକି ଏପରି କାଣ୍ଡ ଘଟାଇଲା ଜ୍ୱାଇଁତାହା ଏଯାଏ ସ୍ପଷ୍ଟ ହୋଇପାରିନି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *