ଘର ଭିତରେ ମା ରଖୁଥିଲା ସମଲିଙ୍ଗୀ ସମ୍ପର୍କ , ପୁଅ ଦେଖିଦେବାରୁ ନେଇଗଲା ଜୀବନ …
1 min readଅମାନୁଷିକ , ଅମାନବୀୟ , ବର୍ବର ଆଉ ଭୟଙ୍କର । ଯେତେ ଶବ୍ଦ କହିଲେ ବି ସବୁ କମ୍ ପଡିଯିବ । ଏଘଟଣା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆଉ ଆପଣବି କହିବେ ଇଏ କଣ ମା’ ଇଏ କି ପ୍ରକାର ମାଆ । ଇଏ ମାଆ ନା ରାକ୍ଷସୀ ? ଆପଣ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ଆଜି ହଠାତ୍ ଆମେ ମାଆଙ୍କୁ କାହିଁକି ଏମିତି କହୁଛୁ ? ଆଜି ଆମେ ଯେଉଁ ମାଆ ବିଷୟରେ କହିବୁ ସେ କୌଣସି ସାଧାରଣ ମହିଳାଙ୍କ ଭଳି ନୁହନ୍ତି । ଏହି ମାଆ ଜଣକ ହେଉଛନ୍ତି ଯୌନ ରାକ୍ଷସୀ ବା ଯୌନ ପିପାସୁ ।
ଆମ ସମାଜରେ ମାଆ ହିଁ ସର୍ବଶ୍ରେଷ୍ଠ । ମାଆ ହିଁ ଚଳନ୍ତି ଠାକୁର । ଆଉ ମାଆ ପାଇଁ ତା ସନ୍ତାନ ହିଁ ସବୁକିଛି । ସନ୍ତାନର ଖୁସିରେ ମାଆ ଖୁସି । ହେଲେ ଆମ ପାଖରେ ଯେଉଁ ମାଆର ଖବର ରହିଛି ତାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କାମନା ବାସନାରେ ଅନ୍ଧ ହୋଇ ନିଜ ପୁଅକୁ ବିଭତ୍ସ ଭାବେ ହତ୍ୟା କଲା ମାଆ । ହତ୍ୟା କରିବାର କାରଣ ଜାଣିଲେ ଆପଣବି ସ୍ତବ୍ଧ ହୋଇଯିବେ । ପାଦ ତଳୁ ମାଟି ଖସିଯିବ । ନିଜର ସମଲିଙ୍ଗୀ ସମ୍ପର୍କକୁ ଲୁଚାଇବାକୁ ଯାଇ ପୁଅର ଜୀବନ ନେଇଗଲା ମାଆ । ଘରୁ ଶୁଭୁଥିଲା ବିକଟାଳ ଚିତ୍କାର । ଆଉ ଘର ଭିତରେ ଅତି ନୃଶଂସ ଭାବରେ କିଏ ଦଶ ବର୍ଷର ପିଲାର ଜୀବନ ନେଇଯାଇଥିଲା । ଏହି ଘଟଣା ପବନ ବେଗରେ ଚାରିଆଡେ ବ୍ୟାପିଯାଇଥିଲା । ଘଟଣା ସ୍ଥଳରେ ପହଞ୍ଚିଥିଲେ ପୋଲିସ ।
ପରେନସିକ୍ ଟିମ୍ ସାହାଯ୍ୟରେ ଆରମ୍ଭ ହୋଇଥିଲା ଯାଞ୍ଚ । ହେଲେ ଏତେ ଛୋଟ ପିଲାକୁ କିଏ କାହିଁକି ମାରିଲା ଯାହାକୁ ନେଇ ବଢିଥିଲା ସସପେନ୍ସ । କାରଣ ଘରେ କେହି ନଥିବାର ସୁଯୋଗ ନେଇ ଶ୍ରେୟାଂସୁ କୁ ମାରିଦେଇଛନ୍ତି ହତ୍ୟାକାରୀ । ପ୍ରାରମ୍ଭିକ ଯାଞ୍ଚରୁ ଏପରି କିଛି ସନ୍ଦେହ ହେଉଥିଲା । କାରଣ ହତ୍ୟାକାରୀ ଘର ପରିବାର ଲୋକଙ୍କ ସହ ଜଡିତ ଥିଲା । ଏମିତିକି ଘଟଣା ସମୟରେ ଘରର ପୋଷା କକୁର ବି ଚୁପ୍ ରହିଥିଲା । ଏସବୁ କୁ ଧରି ପୋଲିସ୍ କରିଥିଲା ତଦନ୍ତ । ଆଉ ତଦନ୍ତ ପରେ ଯେଉଁ ସତ ସାମ୍ନାକୁ ଆସିଥିଲା ତାକୁ ଦେଖି ପୋଲିସ୍ କୁ ଲାଗିଥିଲା ଶକ୍ତ ଝଟକା । ନିଜର ସମଲିଙ୍ଗ ସମ୍ପର୍କକୁ ଲୁଚାଇବାକୁ ମା ଭିଆଇଥିଲା ଏପରି କାଣ୍ଡ ।
ମୃତ ଶିଶୁର ମାଆ ଶାନ୍ତା , ଯିଏକି ଥିଲେ ଲେସବିୟାନ । ନିଜର ବାନ୍ଧବୀ ଇଶରତଙ୍କ ସହ ଥିଲା ତାଙ୍କର ଅପ୍ରାକୃତିକ ପ୍ରେମ ସମ୍ପର୍କ । ଏହି ଘଟଣା ବିଷୟରେ ଜାଣିଥିଲେ ଶାନ୍ତାଙ୍କ ସ୍ୱାମୀ ପଙ୍କଜ । ତଥାପି ଏହି କଥାକୁ ଲୋକଲଜ୍ୟା ଭୟରେ ଲୁଚାଇ ରଖିଥିଲେ । ହେଲେ ମାଆର ଏହି ଘୃଣ୍ୟ କାମକୁ ଦେଖିନେଇଥିଲା କୁନି ପୁଅ । ସେବେଠାରୁ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲା ଶ୍ରେୟାଂଶୁ । ଯାହା ଶାନ୍ତା ଇଶରତଙ୍କ ପାଇଁ ବଢିଥିଲା ବିପଦ ।ଏହାପରେ ପୁଅକୁ ରାସ୍ତାରୁ ହଟାଇବାକୁ ବନାଇଥିଲେ ଯୋଜନା । ଏସବୁରେ ସାନ୍ତା କରିଥିଲା ସହଯୋଗ । ଯୋଜନାବଦ୍ଧ ଭାବେ ପୁଅକୁ କରିଥିଲା ହତ୍ୟା । ପ୍ରଥମେ ଇଟାରେ ମୁଣ୍ଡକୁ ବାରମ୍ବାର କରିଥିଲା ଆକ୍ରମଣ । ସେତିକିରେ ମନ ବୁଝିଲାନି ଯେ । ରୋଷେଇ ଘରୁ ଛୁରି ଆଣି ପୁଅର ହାତର ଶିରାକୁ କାଟିଦେଇଥିଲା । ଘଟଣା ପଛରେ ମାଆର ହାତ ଥିବା ମାନିବା କଷ୍ଟ ହୋଇଥିଲା ପୋଲିସ ପକ୍ଷେ । କିନ୍ତୁ ରହସ୍ୟ ଖୋଲିଥିଲା ମୋବାଇଲ ଓ ସିଡିଆର । ତେବେ ଘଟଣା ସାମ୍ନାକୁ ଆସିବା ପରେ ଶାନ୍ତା ଏବଂ ଇଶରତକୁ ପୋଲିସ୍ ଗିରଫ କରିଛି ।