Pratidin TV

Odisha's Digital News Platform

ଘୋର କଳିଯୁଗ , ନିଶା ଖାଇବାକୁ ଟଙ୍କା ନଦେବାରୁ ବାପାକୁ ପିଟି ପିଟି ମାରିଦେଲା ପୁଅ

1 min read

କଟକ : ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ମାନସିକ ରୋଗୀ ହୋଇଥିବାରୁ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ । ନିଶାଦ୍ରବ୍ୟ ଖାଇବା ପାଇଁ ଅପର୍ତି ବୃଦ୍ଧ ବାପାଙ୍କୁ ଟଙ୍କା ମାଗି ଜିଦ୍ଦି ଧରିଥିଲେ , କିନ୍ତୁ ବାପା ବାଲୁଙ୍କେଶ୍ୱର ଟଙ୍କା ନଦେବାରୁ ଅପର୍ତି ରାଗିଯାଇ ଏକ ଲୁହ ରଡ ଦ୍ୱାରା ବାପାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ।

Advertisement

ଫଳରେ ଘଟଣା ସ୍ଥଳରେ ହିଁ ବାଲଙ୍କେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଆଠଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *