ଭତ୍ତା ଟଙ୍କା ସାଜିଲା କାଳ : ଟଙ୍କା ପାଇଁ ବୁଢା ବାପାକୁ ପିଟି ହତ୍ୟା କଲା ପୁଅ
1 min readପୁରୀ : ଏଠି ମଣିଷତ୍ୱ ହରେଇ ବସିଲାଣି ମଣିଷ । ବର୍ତ୍ତମାନ ଟଙ୍କା ସାଜିଛି ସବୁ ସର୍ମ୍ପକର ମୂଳ ଫାଶ । ଟଙ୍କା ଳାଳସା ମଣିଷକୁ ଏପରି ଗ୍ରାସ କରିଛି ଯେ ସେ ଟଙ୍କା ପଇଁ ଭୁଲିଯାଉଛି ସବୁ ସର୍ମ୍ପକ । ଆଜ୍ଞା ହଁ ଆଜିକାଲି ସ୍ୱାର୍ଥପର ଦୁନିଆରେ ଟଙ୍କା ପାଇଁ ଭାଇ ଭାଇକୁ , ପୁଅ ବାପାକୁ ମାରିବାକୁ ପଛାଉନହାନ୍ତି । ଯେଉଁ ବାପା ପିଲାଟି ବେଳୁ ପାଳି ପୋଷି ବାଟ ଚଲା ଶିଖାଇ ନିଜେ ଓପାଷ ରହି ପୁଅକୁ ଛୋଟରୁ ବଡ କରିଥାଏ । ଆଜି ସେହି ବାପାକୁ ମାରିବାକୁ ପଛାଉ ନାହାନ୍ତି ଆଜିକା କୁଳାଙ୍ଗାର ପୁଅ ।ନିକଟରେ ଏପରି ଏକ ହୃଦୟବିଦରାକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡଗାଁ ପଂଚାୟତ ଅଲଣ୍ଡା ଗ୍ରାମରେ ।
ସୂଚନା ଅନୁଯାୟୀ ସୋମବାର ଅର୍ଥାତ୍ ଗତକାଲି ସକାଳ ସମୟରେ ଉକ୍ତ ଗ୍ରାମର ସର୍ବେଶ୍ୱର ଭୋଇ ନାମକ ଜଣେ ବ୍ୟକ୍ତି ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ତାଙ୍କ ପୁଅ ସୁକାନ୍ତ ଆସି ବାପା ସର୍ବେଶ୍ୱରକୁ ମିଳିଥିବା ଭତ୍ତା ଟଙ୍କା ମାଗିଥିଲା । ବାପା ଏଥିରେ ଅରାଜି ହେବାରୁ ପୁଅ ସୁକାନ୍ତ ରାଗିଯାଇ ଏକ କାଠ ଫାଳିଆରେ ସର୍ବେଶ୍ୱରଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ସର୍ବେଶ୍ୱରଙ୍କ କାନରେ ଗଭୀର ଆଘାତ୍ ହୋଇଥିଲା । ଘଟଣା ସ୍ଥଳରେ ସର୍ବେଶ୍ୱରଙ୍କ ମୁଣ୍ଡରୁ ଏବଂ କାନରୁ ପ୍ରବଳ ରକ୍ତସ୍ରାବ ହେବା ଯୋଗୁ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।
ଏହାପରେ ଗ୍ରାମବାସୀମାନେ ଅଭିଯୁକ୍ତ ପୁଅ ସୁକାନ୍ତକୁ କାବୁ କରି ରାମଚଣ୍ଡି ଥାନାକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ୍ କରିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।
ଗ୍ରାମବାସୀଙ୍କ କହିବା ମୁତାବକ ପୁଅ ସୁକାନ୍ତ ସବୁବେଳେ ନିଶାଗ୍ରସ୍ତ ରୁହେ । ବାପା ସର୍ବେଶ୍ୱରକୁ ମିଳୁଥିବା ଭତ୍ତା ଟଙ୍କାକୁ ନେଇ ଉଠାଇ ଦିଏ । ଗତକାଲି ସର୍ବେଶ୍ୱର ଟଙ୍କା ଦେବାକୁ ମାନକରିବାରୁ ବୃଦ୍ଧା ବାପାକୁ ନିସାଗ୍ରସ୍ତ ଅବସ୍ଥାରେ ନିର୍ମମ ଭାବେ ହତ୍ୟା କରିଥିଲା ସୁକାନ୍ତ ।