Pratidin TV

Odisha's Digital News Platform

ବାପା ମା’ଙ୍କୁ ମାରି ମାଟିତଳେ ପୋତିଦେଲା ନୃଶଂସ ପୁଅ ।

ଜମିବାଡ଼ି ବିବାଦରୁ ପୁଅ ପାଲଟିଗଲା ପିଶାଚ। ସାମାନ୍ୟ ଟଙ୍କା ପାଇଁ ବୃଦ୍ଧ ବାପାମା’ଙ୍କୁ ମାରି ପୋତି ଦେବାକୁ ପଛାଇଲା ନାହିଁ ନୃଶଂସ ପୁଅ।

ଗତ ୧୭ ତାରିଖ ଵାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନ ଗରସଙ୍ଗ ଗ୍ରାମର ପ୍ରଭାକର ବେହେରା ଓ ତାଙ୍କ ପତ୍ନି ଚମ୍ପାବତି ନିଖୋଜ ଥିବା ବେଳେ ଘରେ ତାଲା ପକାଇ ସାନ ପୁଅ ରମେଶ ବେହେରା ୩ ଦିନ ହେବ ନିଖୋଜ ଅଛନ୍ତି । ଏନେଇ ମୃତ ପ୍ରଭାକରଙ୍କ ଝିଅ ମମତା ମଲ୍ଲିକ ଶୁକ୍ରବାର ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ ଛକ୍ଷନଭିନ ପରେ ଘଟଣା ପଦାକୁ ଆସିଛି । ଝିଅ ମମତା ଅଭିଯୋଗ ଅନୁଯାୟୀ ଭାଇ ରମେଶ ଉଭୟ ବାପା ମାଆଙ୍କୁ ହତ୍ୟା କରି ଘର ପଛରେ ଥିବା ଏକ ଚାଷ ଜମିରେ ପୋତି ଥିବା ନେଇ ସନ୍ଦେହ କରି ଭଉଣୀ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲା । ଶୁକ୍ରବାର ଉକ୍ତ ସ୍ଥାନରେ କୁକୁର ମାଟି ତାଡିବା ଏବଂ ୩ ଦିନ ହେବ ପ୍ରଭାକରଙ୍କ ଘରେ ତାଲା ପଡିଥିବା ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ଯାତ ହୋଇଥିଲା ।ଏଥିନେଇ ଝିଅ ବାପା ମାକୁ ଵହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ । ଗତ ସୋମବାର ଗ୍ରାମବାସୀ ପ୍ରଭାକର ଓ ତାଙ୍କ ପତ୍ନିଙ୍କୁ କ୍ଷତାକ୍ତ ଅବସ୍ତାରେ ଦେଖିବାକୁ ପାଇଥିଲେ । ତା ପର ଠୁ ମାଆ, ବାପା ଓ ପୁଅ କାହାରି ଦେଖା ମିଳି ନଥିଲା । ତେଣୁ ରମେଶ ମାଆ ଓ ବାପାଙ୍କ ହତ୍ୟା କରି ଫେରାର ହୋଇ ଥିବାର ସମସ୍ତଙ୍କ ମନରେ ସନ୍ଦେହ ଯାତ ହୋଇଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗନ୍ଧ ହେଉଥିବା ସ୍ଥାନ ମାଟି ଖୋଲିବା ପରେ ପ୍ରଭାକର ଶବ ମିଳିଥିଲା । ଆଜି ସିମୁଳିଆ ତହସିଲଦାରଙ୍କ ଉପସ୍ଥିତିରେ ଓ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ପ୍ରକୃତ ଘଟଣା ଜଣା ପଡିବ ଥିଲା ରମେଶ ନିଜ ଭାଉଜକୁ ବିବାହ କରିଥିବା ବେଳେ ସେ ସିମୁଳିଆ ଥାନା ଗରସଙ୍ଗ ପଞ୍ଚାୟତ ହାଟପଦାରେ ବାପା ପ୍ରଭାକର ଓ ମା ଚମ୍ପା ସହିତ ରହୁଥିଲା । ଭାଉଜ (ସ୍ତ୍ରୀ) ହାଇଦ୍ରାବାଦରେ ପିଲାମାନଙ୍କ ସହିତ ରହୁଛନ୍ତି । ରମେଶ ଘୁଷୁରୀ ମାଛ ଚାଷ କରୁଥିବା ବେଳେ ମଦ ପିଇ ଅଧିକାଂଶ ସମୟ ବାପା ମାଙ୍କୁ ପିଟାପିଟି କରୁଥିବା ଭଉଣୀ ମମତା ପ୍ରକାଶ କରିଛି । ରମେଶ ବାପା ପ୍ରଭାକରକୁ ହତ୍ୟା କରି ଘରଠାରୁ ୨୦ ଫୁଟ ଦୂର ବିଲ କିଆରୀରେ ପୋତି ଦେଇଥିଲା । ପୋଲିସ ପ୍ରଭାକର ଶବ ଉଦ୍ଧାର କରିଥିବା ବେଳେ ଚମ୍ପାର କୌଣସି ଖବର ମିଳିନଥିବା ବେଳେ । ଚମ୍ପାକୁ ଖୋଜିବା ପାଇଁ ପୋଲିସ ପୋଲିସ କୁକୁର, ସାଇନଫିକ ଟିମ ଓ ଦମକଳ ବାହିନୀ ସହାୟତାରେ ନିକଟରେ ଥିବା ପୋଖରୀରେ ଖୋଜା ଖୋଜି କରୁଛି ।

Leave a Reply

Your email address will not be published. Required fields are marked *