ନାହିଁ ବିଏସକେୱାଇ କାର୍ଡ ; ଶଯ୍ୟାଶାୟୀ ପିତା ରୋଗାଗ୍ରସ୍ତ ମା’ ଙ୍କୁ ନେଇ ଚିନ୍ତାରେ ପୁଅ ଜଗମୋହନ
1 min readରାଜଗାଙ୍ଗପୁର : ଶଯ୍ୟାଶାୟୀ ପିତା ରୋଗାଗ୍ରସ୍ତ ମା ଙ୍କୁ ନେଇ ଚିନ୍ତାରେ ୨୩ ବର୍ଷୀୟ ପୁଅ ଜଗମୋହନ ପରିଡା। ପିତା ମାତା ଙ୍କୁ ନେଇ ଚିନ୍ତା ରେ ଅଛନ୍ତି ୱାର୍ଡ ନମ୍ବର ୩ର ବାସିନ୍ଦା ଜଗମୋହନ। ରୋଗାଗ୍ରସ୍ତ ବାପା ଓ ମା ଙ୍କର ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି।ବିଚିତ୍ର ପରିଡା ପୌରପାଳିକାରୁ ୨୦୨୦ ମସିହା ରେ ଅବସର ଗ୍ରହଣ କରିଛନ୍ତି। ବାପା ବିଚିତ୍ର ପରିଡା ଅବସର ସମୟ ପୂର୍ବରୁ ତାଙ୍କର ଦୃଷ୍ଟି ଶକ୍ତି ହରାଇଲେ।। ଶୀଘ୍ର ଆରୋଗ୍ୟ ହେବା ପାଇଁ ବେସରକାରୀ ଡାକ୍ତରଖାନା ନିଆଯାଇଥିଲା । ସେଠାରେ କୌଣସି ସୁଫଳ ମିଳିଲା ନାହିଁ ଓ ଅର୍ଥ ଅଭାବରୁ ସରକାରୀ ଚିକିତ୍ସାଳୟ କୁ ନେଇଥିଲେ।
ରାଉରକେଲା,ସୁନ୍ଦରଗଡ଼,ବୁର୍ଲା ର ସରକାରୀ ଚିକିତ୍ସାଳୟ କୁ ଯାଇ ମଧ୍ୟ ନିରାଶା ହୋଇ ଫେରିଛନ୍ତି। ଦୀର୍ଘ ଦିନ ଅସୁସ୍ଥତା ଲାଗି ରହିବା ହେତୁ ରୋଗ ମଧ୍ୟ ବଢ଼ିବାରେ ଲାଗିଲା ଯାହା ଦ୍ଵାରା ସେ ସମ୍ପୂର୍ଣ୍ଣ ରୂପେ ଶଯ୍ୟାଶାୟୀ ହୋଇଗଲେ । ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ନପାଇ ରୋଗର ମାତ୍ରା ବଢ଼ିବାରେ ଲାଗିଲା।ବିଚିତ୍ରଙ୍କୁ ବାରମ୍ବାର ସରକାରୀ ଚିକିତ୍ସାଳୟ କୁ ଯିବାକୁ ପଡୁଛି। ଯାହା ତାଙ୍କ ପାଇଁ କଷ୍ଟସାଧ୍ୟ।ଅର୍ଥ ଅଭାବରୁ ଔଷଧ କିଣିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ମା ଉଷା ପରିଡା ଙ୍କ ଦୁଃଖ କହିଲେ ନ ସରେ ଦୀର୍ଘ ୧୦ ବର୍ଷ ହେବ ପେଟରେ ବୋହିଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା ନପାଇ ଟ୍ୟୁମରଟି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଅର୍ଥ ଅଭାବରୁ ସେ ମଧ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି। ସରକାରୀ ଚିକିତ୍ସାଳୟକୁ ଗଲେ କେବଳ ମିଳୁଛି ଆଶ୍ୱାସନା ।
ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି ବିଚିତ୍ର ଓ ଉଷାଙ୍କ ପାଇଁ। ବୋଝ ଉପରେ ନଳିତା ବିଡା ଉଭୟ ରୋଗଗ୍ରସ୍ତ ବାପା ମା ଙ୍କର ଯନ୍ତ୍ରଣାକୁ ସହିପାରୁ ନାହାଁନ୍ତି ପୁଅ ଜଗମୋହନ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି। ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପରିଚାଳନା ସଫଳ ହେବାର ବିଜ୍ଞାପନ ଦେଉଛନ୍ତି। ଏହି ଯୋଜନାର ଆଢୁଆଳରେ ଏମିତି କେତେ ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ଅଛନ୍ତି ଏହା ତାର ଜ୍ଵଳନ୍ତ ଉଦାହରଣ। ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସୁବିଧା ପାଇନାହାନ୍ତି। ନା ଅଛି ରାସନକାର୍ଡ ନା ହେଲଥ୍କାର୍ଡ । ବାପା ମୁନସିପାଲଟିରେ ଚାକିରୀ କରିଥିଲେ ମଧ୍ୟ ଅବସର ପରେ କୌଣସି ଆର୍ଥିକ ସାହାର୍ଯ୍ୟ କିମ୍ବା ପେନସନ୍ର ସୁବିଧା ମିଳିପାରିନାହିଁ । ଅର୍ଥ ଅଭାବରେ ଦୁର୍ଦିନର ଶୀକାର ହେଉଛନ୍ତି ଏହି ପରିବାର । ତେବେ ଦେଖିବା ବାକି ରହିଲା କେବେ ଏହି ପରିବାର ଉପରେ ପଡୁଛି ପ୍ରଶାସନର ନଜର । ଯଦି କେହି ସହହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାର୍ଯ୍ୟ କରିବାକୁ ଚାହୁଁଥାନ୍ତି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟ ନଂରେ ଟଙ୍କା ପଠାଇପାରିବେ ।
S/0 – Bichitraparida
AC no- 40363212754
IFSCcode-SBIN0003503
STATE BANK OF INDIA RAJGANGPUR BRANCH