Pratidin TV

Odisha's Digital News Platform

ଅକାମୀ ହୋଇପଡିଛି ରୋଜଗାରିଆ ପୁଅ , ସାହାର୍ଯ୍ୟ ପାଇଁ ହାତପାତିଛି ବିଧବା ମା…

1 min read

କେନ୍ଦ୍ରାପଡା : ବାପ ଛେଉଣ୍ଡ ପୁଅ ପାଇଁ ମାଆର ଆକୁଳ ନିବେଦନ । ପୁଅକୁ ଭଲ କରିବା ପାଇଁ ଆବଶ୍ୟକ ବିପୁଳ ଅର୍ଥ । ଯେଉଁଥିପାଇଁ ସହଯୋଗ କରିବାକୁ ସରକାର ଓ ଓଡ଼ିଶା ବାସୀଙ୍କୁ କାନ୍ଦି କାନ୍ଦି ନିବେଦନ କରିଛି ମାଆ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ତର୍ଗତ କଳସପୁର ଗାଁ’ର ସହିଦ ରଞ୍ଜନ ପାଣ୍ଡବ । ପେସାରେ ସେ ଜଣେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ତେବେ ସହିଦ ରଞ୍ଜନଙ୍କ ପରିବାର କହିଲେ ତାଙ୍କ ବିଧବା ମା’ ଏବଂ ବଡ ଭାଇ । ତିନିବର୍ଷ ତଳେ ସହିଦଙ୍କ ବାପା ସୁଶାନ୍ତ କୁମାର ପାଣ୍ତବଙ୍କର ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସହିଦ୍ ରଞ୍ଜନ ସ୍ବଭାବରେ ଜଣେ ଭଦ୍ର ଏବଂ ପରୋପକାରୀ ମଣିଷଟିଏ । ସେ ବ୍ୟାଙ୍ଗଲୋର ଯାଇ ସେଠାରେ ପାଣି ପାଇପ୍ କାମ କରୁଥିଲେ । ୧୫ ଦିନ ତଳେ ସହିଦ୍ ଙ୍କୁ ପ୍ରଥମେ ଡେଙ୍ଗୁ ଜ୍ଵର ହେବାରୁ ସେ ଡ଼ାକ୍ତରଙ୍କ ପରାମର୍ଶ ନେଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ଡେଙ୍ଗୁ ଜ୍ୱର ଟ୍ରିଟମେଣ୍ଟ ଜାଗାରେ ଅଲଗା ରୋଗ ର ଟ୍ରିଟମେଣ୍ଟ କରିଥିଲେ ଯେଉଁଥିପାଇଁ ସହିଦ୍ ଙ୍କ ହାତ ଗୋଡ଼ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା । ପରେ ସହିଦଙ୍କ ସାଙ୍ଗ ସାଥି ଫ୍ଲାଇଟ ଯୋଗେ ତାଙ୍କୁ ବାଙ୍ଗାଲୋରରୁ ଭୁବନେଶ୍ବର ଆଣିଥିଲେ । ବର୍ତ୍ତମାନ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାର ନିୟୁ ମେଡିସିନ ଆଇ ସି ୟୁ ୱାର୍ଡ଼ରେ ଭର୍ତି କରାଯାଇଛି । କିନ୍ତୁ ଦୁର୍ଭାଗ୍ୟ ବଶତଃ ସହିଦ୍ଙ୍କୁ ଭଲ କରିବାକୁ ହେଲେ ୩୦ଟି ଇଞ୍ଜେକସନ ଦିଆଯିବ ଯାହାର ମୂଲ୍ୟ ସାଢେ ତିନି ଲକ୍ଷରୁ ଚାରି ଲକ୍ଷ । ଯାହାକି ଏବେ କଟକ ବଡ଼ ଡ଼ାକ୍ତରଖାନାରେ ଉପଲବ୍ଧ ନାହିଁ । ଡାକ୍ତରଙ୍କ କହିବା ଅନୁଯାୟୀ ସେ ସବୁ ଇଞ୍ଜେକ୍ସନକୁ ବାହାରୁ କିଣିବାକୁ ହେବ । ସେତିକି ଅର୍ଥ ମଧ୍ୟ ପରିବାର ପାଖରେ ନାହିଁ ଯେଉଁଥିପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଦୁଃଖିନୀ ମାଆ ।

Advertisement

ସହିଦ ରଞ୍ଜନ ପାଣ୍ଡବ

ଏହାରି ଭିତରେ କିଛି ସାହାଯ୍ୟର ହାତ ବଢ଼ାଇଛି ଆଳି ବି ଏମ୍ ହେଲ୍ପିଂ ଫାଉଣ୍ଡେସନ । କିନ୍ତୁ ତାହା ଏବେ ସମୁଦ୍ରକୁ ସଂଖେ । ସାଙ୍ଗ ସାଥି ଏବଂ ସାମାଜିକ କର୍ମୀ ମାନେ ତାଙ୍କୁ ଏବଂ ତାଙ୍କ ପରିବାରକୁ ରକ୍ଷା କରିବା ପାଇଁ ଗଣମାଧ୍ୟମ ଆଗରେ ଆକୁଳ ନିବେଦନ କରିଛନ୍ତି । ତେବେ ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହିଦ୍ ଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି (୯୩୮୦୩୦୬୯୨୧) ଏଇ ନମ୍ୱରରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ । ହୁଏତ ଆପଣଙ୍କ ଏହି ସାହାଯ୍ୟ ସହିଦ୍ଙ୍କୁ ଏକ ନୂତନ ଜୀବନ ଦେବାରେ ସହାୟକ ହେବ ।

ସହିଦ ରଞ୍ଜନ ପାଣ୍ଡବ ଙ୍କ ମା

ତେବେ ଆମେବି ମଧ୍ୟ ଆମ ଚାନେଲ ମାଧ୍ୟମରେ ଈଶ୍ୱରଙ୍କ ନିକଟରେ ଏହା ହିଁ ପ୍ରାର୍ଥନା କରୁଛୁ ଯେ ସହିଦ୍ ପାଣ୍ଡବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ।

Leave a Reply

Your email address will not be published. Required fields are marked *