ଦେଶର ସୁରକ୍ଷା କରି ଯବାନ ପୁଅ ବାଃ ବାଃ ଲୁଟୁଛି ଘରେ ମାଆବାପାଙ୍କ ଉପରେ କରୁଛି ଅତ୍ୟାଚାର..
1 min readଭଦ୍ରକ: ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଯବାନଙ୍କୁ ଦେଖିଲେ ତାଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ବଢି ଯାଇଥାଏ । ଆଉ ତାଙ୍କ ମାଆବାପାଙ୍କୁ ସବୁ ଉଚ୍ଚ ଆଖିରେ ଦେଖିଥାନ୍ତି ଲୋକେ । ତେବେ ଏଭଳି ଏକ ଖବର ସାମ୍ନାକୁ ଯାହାକୁ ଶୁଣିଲେ ଆପଣଙ୍କୁ ଦୁଃଖ ଲାଗିବ । ଦେଶର ସୁରକ୍ଷା ରେ ନିୟୋଜିତ ଥିବା ସୈନିକ ନିଜ ପିତାମାତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଆଉ ଏହି ପୁଅ ପାଖରୁ ସୁରକ୍ଷା ପାଇବା ପାଇଁ ପୁଅ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହେଲେ ପିତାମାତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଅଧିନ ନୂଆଗାଁ ଇଚ୍ଛାପୁର ଗ୍ରାମରେ । ସୂଚନା ମୁତାବକ ଉକ୍ତ ଗ୍ରାମର ଜଗବନ୍ଧୁ ଦାସଙ୍କ ବଡ଼ପୁଅ ରାଜେନ୍ଦ୍ର ଦାସ ୧୮ବର୍ଷହେବ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି ।
ବିବାହ ପରେ ନିଜ ପିତାମାତାଙ୍କୁ ହତାଦର କରି ନିଜ ପତ୍ନୀଙ୍କ ସହିତ ଅନ୍ୟତ୍ର ରହୁଥିବା ବେଳେ ପିତାମାତା ରହୁଛନ୍ତି ଭଡାଘରେ । ନିଜର ସବୁ ପାରିଶ୍ରମିକ ପୁଅ ପାଇଁ ଖର୍ଚ୍ଚ କରି ଜଗବନ୍ଧୁ ଆଶା କରିଥିଲେ ବୃଦ୍ଧ କାଳେ ପୁଅ ସହାୟକ ହେବ ମାତ୍ର ପୁଅ ପରକରିବା ପରେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ଏହି ବୃଦ୍ଧ ଦମ୍ପତି । ଘର ଚଳିବା ପାଇଁ କିଛି ଅର୍ଥ ମାଗିଲେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବାର ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି ବାପାମାଆ । ଅନ୍ୟ ପଟେ ପୁଅ ରାଜେନ୍ଦ୍ର ମଧ୍ୟ ବାପା ମାଡ଼ ମାରିଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବାଂଶଡା ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏ ବାବଦରେ ପୁଅର ପ୍ରତିକ୍ରିୟା ମିଳି ପାରିନାହିଁ ।