Pratidin TV

Odisha's Digital News Platform

ଯାଜପୁରରେ ଚାଞ୍ଚଲ୍ୟ : ମଦନିଶାରେ ବାପାକୁ ହାଣିଲା ମା’କୁ ଦୁଷ୍କର୍ମ କଲା ପୁଅ

1 min read

ଯାଜପୁର : ମଦ କିପରି ମଣିଷର ଜୀବନକୁ ବର୍ବାଦ କରିପାରେ ତାହା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ମଦ ନିଶାରେ ନିଜର ହିତାହତ ଜ୍ଞାନ ଭୁଲି ଜଘନ୍ୟ ଅପରାଧ ଘଟାଇ ବସିଛି ପୁଅ । ବାପାକୁ ହାଣିବା ପରେମାକୁ କରିଛି ଦୁଷ୍କର୍ମ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଯାଜପୁର ଜ଼ିଲ୍ଲା ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମରେ ଦେଖିବାକୁ ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ପୁଅ ଲୁଗୁ ହେମ୍ବ୍ରମ ମଦ ନିଶାରେ ଜମିବାଡ଼ି ସବୁ ମୋତେ ଦେ କହି ବାପା ଶୋଇଥିବା ସମୟରେ ବାପା ସହ ଯୁକ୍ତିତର୍କ ଆରମ୍ଭ କରିଥିଲା । ବାପା ପୁଅଙ୍କ ଭିତରେ ବଚସା ବଢି ଉଗ୍ର ରୂପ ଧାରଣ କରିଥିଲା । ଫଳରେ ପୁଅ ଲୁଗୁ ପାଖରେ ଥିବା ଟାଙ୍ଗିଆ ସାହାର୍ଯ୍ୟରେ ବାପାକୁ ହାଣିଦେଇଥିଲା । ଲୁଗୁର ସାବତ ମାଁ ଶାନ୍ତି ସେହି ସମୟରେ ପହଞ୍ଚି ସ୍ୱାମୀକୁ ମେଡିକାଲ ନେବାକୁ ଉଦ୍ୟାମ କରିବାରୁ , ଲୁଗୁ ନିଜ ମାକୁ ଦୁଷ୍କର୍ମ କରିଥିଲା । ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା।

Advertisement

ଆଜି ସାବତ ମା ଶାନ୍ତି ଟମକା ଥାନାରେ ପହଞ୍ଚି ସବୁ କଥା କହିବା ପରେ ପୋଲିସ ଅଭିଯୁକ୍ତ ଲୁଗୁକୁ ଗିରଫ୍ କରି କେସ ନମ୍ବର ୩୨/୨୩ ରେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ୍ କରିଛି । ତାପରେ ମୃତଦେହକୁ ବ୍ୟବେଚ୍ଛେଦ ପାଇଁ ଦାନଗଦି ମେଡିକାଲ ପଠାଇ ଥିବାବେଳେ ମା ଓ ପୁଅକୁ ଡାକ୍ତରୀ ମାଇନା ପାଇଁ ମେଡିକାଲକୁ ପଠାଇଛି ଟମକା ଥାନା ପୋଲିସ । ତେବେ ଅଭିଯୁକ୍ତ ଲୁଗୁ ମଧ୍ୟ ନିଜ ମୁହଁରେ ସବୁ ସତ ସତ ମାନିନେଇଛି ।

Leave a Reply

Your email address will not be published. Required fields are marked *