Pratidin TV

Odisha's Digital News Platform

ବାପାର ପରିଚୟ ପାଇଁ ସଂଘର୍ଷ କରୁଛି ପୁଅ , ଦୀର୍ଘ ୨୨ ବର୍ଷପରେ ପୁଅର ହକ୍ ପାଇଁ ଥାନାର ଦ୍ୱାରସ୍ତ…

ଭଦ୍ରକ : ପୁଅର ପରିଚୟ ପାଇବା ପାଇଁ ମଧ୍ୟପ୍ରଦେଶରୁ ଓଡିଶା ଆସି ସଂଘର୍ଷ କରୁଛନ୍ତି ଦୁଇ ଜଣ ମାଁ ଏବଂ ପୁଅ । ଦୀର୍ଘ ୨୨ ବର୍ଷ ପରେ ପୁଅ ଖୋଜୁଛି ତା ବାପାର ପରିଚୟ ।ମଧ୍ୟ ପ୍ରଦେଶରୁ ଓଡ଼ିଶା ଆସି ବାପା ପରିଚୟ ପାଇଁ କରୁଛି ସଂଘର୍ଷ । କିନ୍ତୁ ବାପା ଏଠି କରିଛି ଦ୍ୱିତୀୟ ବିବାହ ।

ତେବେ ପରିବାର ଲୋକେ ପ୍ରଥମ ସ୍ତ୍ରୀ ଓ ପୁଅକୁ ଗ୍ରହଣ କରୁନାହାନ୍ତି । ଏନେଇ ଥାନାର ଦ୍ୱାରସ୍ଥ ହେଲେ ଉଭୟ ମା ପୁଅ ।ଏହା ଏକ କାହାଣୀ ପରି ଲାଗୁଛି ହେଲେ ଏହା ବାସ୍ତବରେ ସତ୍ୟ । ମଧ୍ୟପ୍ରଦେଶ ଅଂଚଳର ନିତୁ ଦାସ ନାମକ ମହିଳା ବାସୁଦେବପୁର ଶୁକଦେଇପୁର ର କଳ୍ପତରୁ ଦାସ ଙ୍କୁ ନିଜର ସ୍ୱାମୀ ବୋଲି ଦାବି କରି ନିଜର ୨୧ ବର୍ଷର ପୁଅ ସହ ଶୁକଦେଇପୁର ନିଜର ଶଶୁର ଘରେ ଆସି ପହଂଚିଥିଲେ । ଶଶୁର ଘର ଲୋକେ କିନ୍ତୁ ନିତୁ ଏବଂ ତାଙ୍କ ପୁଅଙ୍କୁ ତାଙ୍କ ବୋହୁ ଏବଂ ନାତି ଭାବରେ ଗ୍ରହଣ କରିନଥିଲେ । ଏହାପରେ ସେ ଦୁହେଁ ଆଜି ବାସୁଦେବପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବାସୁଦେବପୁର ଶୁକଦେଇପୁର ଅଂଚଳର କଳ୍ପତରୁ ଦାସ ମଧ୍ୟପ୍ରଦେଶରେ ଭାରତୀୟ ସେନାରେ ଯବାନ ଭାବରେ କାର୍ଯ୍ୟ କରୁଥିଲେ । ସେ ଚାକିରି କରିବା ଭିତରେ ୨୦୦୦ ମସିହାରେ ସେଠାରେ ନିତୁ ଦାସ ନାମକ ଏକ ସ୍ଥାନୀୟ ଯୁବତୀଙ୍କୁ ବିବାହ କରିଥିଲେ । ଏବଂ ବିବାହର କିଛିଦିନ ପରେ ନିଜର ପୈତୃକ ଗ୍ରାମ ବାସୁଦେବପୁର ଶୁକଦେଇପୁର କୁ ଆସିଥିଲେ । କିନ୍ତୁ ଶଶୁର ଘର ଲୋକମାନେ ନିତୁଙ୍କୁ ସହଜରେ ବୋହୁ ଭାବରେ ଗ୍ରହଣ କରି ନଥିଲେ ଏବଂ ବାରମ୍ବାର ବିଭିନ୍ନ ନିର‌୍ୟ୍ୟାତନା ଦେଉଥିଲେ । ଯାହା ଫଳରେ ନିତୁ ନିଜର ବାପ ଘର ମଧ୍ୟପ୍ରଦେଶ ଫେରିଯାଇଥିଲେ । ପରବର୍ତ୍ତୀ ସମୟରେ କଳ୍ପତରୁ ଦ୍ୱିତୀୟ ବିବାହ କରିଥିଲେ ।

କିନ୍ତୁ ଦୀର୍ଘ ୨୨ ବର୍ଷ ପରେ ହଠାତ ନିତୁ ଦାସ ନିଜ ଶଶୁର ଘର ବାସୁଦେବପୁରରେ ପହଂଚି ପୁଅକୁ ତା ବାପାର ପରିଚୟ ଦେବାକୁ ଦାବି କରି ବସି ରହିଥିଲେ । କିନ୍ତୁ ଶଶୁର ଘର ଲୋକେ ଉଭୟ ମା ପୁଅ ଙ୍କୁ ଗ୍ରହଣ ନ କରି ଗାଳିଗୁଲଜ କରିବାରୁ ସେମାନେ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ବାସୁଦେବପୁର ପୋଲିସ ଅଭିଯୁକ୍ତଙ୍କ ନାଁରେ ଏଫ୍‌ଆଇଆର କପି ରଖି ତଦନ୍ତ ଆରମ୍ଭ କରିଛି । ତେବେ ଦେଖିବା ବାକି ରହିଲା ଯେ ଦୁଇ ମାଁ ପୁଅଙ୍କୁ କେବେ ନ୍ୟାୟ ମିଳୁଛି ।

Leave a Reply

Your email address will not be published. Required fields are marked *