Pratidin TV

Odisha's Digital News Platform

ବଦନାମ ଗଳିର ନାଁ କାହିଁକି ଦିଆଗଲା ସୋନାଗାଛି ?

1 min read

ସୋନାଗାଛି ଏହି ନାଁ କେବେ ନା କେବେ ସମସ୍ତେ ଶୁଣିଥିବେ  । କେବେ ଗପରେ ହେଉ, କୌଣସି ବହିରେ ହେଉ କିମ୍ବା ଇଣ୍ଟରନେଟରେ ହେଉ, ଆପଣ ସୋନାଗାଛିର ନାଁ ଶୁଣିଥିବେ ନିଶ୍ଚୟ । ବଦନାମ ଗଳିର ସିରିପା ପିନ୍ଧି ସବୁବେଳେ ଚର୍ଚ୍ଚାରେ ରହିଥାଏ ସୋନାଗାଛି । କୋଲକାତା ସହରର ବହୁଚର୍ଚ୍ଚିତ ଏହି ବସ୍ତିର ନାଁ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏମିତିକି ବହି ପଢିଲା ବେଳେ କେବେ କେବେ ଏଠିକାର କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ । ଏ ଏମିତି ଏକ ସ୍ଥାନ ଯେଉଁଠି ପ୍ରତି ଘରୁ ଶୁଣିବାକୁ ମିଳେ ଦେହ ଥରାଇଲା ଭଳି କାନ୍ଦ । ଆଉ ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କାହାଣୀ।  କାହା ପାଇଁ ଏହା ଏକ ମନୋରଞ୍ଜନ । ଯେଉଁଠାରେ ଟଙ୍କା ବଦଳରେ ଦେହର ସୌଦା କରାଯାଏ । ଆଉ କିଛି କ୍ଷଣ ମଧ୍ୟରେ ଏହା ଏକ କାହାଣୀ ହୋଇଯାଏ, ଯାହା ନା ଇତିହାସରେ ଲେଖାହୁଏ ନା କିମ୍ବଦନ୍ତୀ ସାଜେ । ନା ସେଠାରେ ତାରକାକୁ ଦେଖିବାକୁ ମିଳେ ।

ଘନ ଅନ୍ଧକାର ବ୍ୟତୀତ ଏଠାରେ କିଛି ନଥାଏ । ସୋନାଗାଛି କୋଲକାତାର ଏକ ଅଞ୍ଚଳ । ଯେଉଁଠି ଖୁଲମ ଖୁଲା ଚାଲିଥାଏ ଚାଲେ ଦେହ ବେପାର। ଆଜି ବି ଏହି ବ୍ୟବସାୟ ଉପରେ ବ୍ରେକ ଲଗାଇ ପାରିନି ଆଇନ। ସମାଜ ଯାହାକୁ ନୀଚ୍ଚ ଆଖିରେ ଦେଖେ ସେ ବ୍ୟବସାୟକୁ ଆଦରି ନେଇଛନ୍ତି ଏଠିକାର ଲକ୍ଷ ଲକ୍ଷ ଯୁବତୀ ଓ ମହିଳା । ଦେଶ ଭାରତ ନୁହେଁ, ଏସିଆର ସବୁଠାରୁ ବଡ଼ ରେଡ ଲାଇଟ ଏରିଆ ସୋନାଗାଛି । ଆକଳନ ଅନୁସାରେ ୧୦ ହଜାରରୁ ଅଧିକ ସେକ୍ସ ଓ୍ୱର୍କର ଏଠାରେ କାମ କରନ୍ତି । ନା ବୟସର ସୀମା ଅଛି ନା ଧର୍ମରେ ପ୍ରତିବନ୍ଧକ । କିନ୍ତୁ ଏହାକୁ ନେଇ ଚର୍ଚ୍ଚା କରିବା ପୂର୍ବରୁ ଲୋକ ଅଟକିଯାନ୍ତି । ତଥାପି ମଧ୍ୟ ଏହି ଅଞ୍ଚଳକୁ ନେଇ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଛି । ଏମାନଙ୍କୁ କେହି ମଧ୍ୟ ଏଠାରୁ ହଟାଇ ପାରିବେ ନାହିଁ । ତେଣୁ ବର୍ଷ ବର୍ଷ ଧରି ଏଠାରେ ଏହି ବସ୍ତି ରହି ଆସିଛି । ଉତ୍ତର କୋଲକାତାର ଶୋଭାବଜାର ସ୍ଥିତ ଚିତ୍ତରଞ୍ଜନ ଏବେନ୍ୟୁ ସ୍ଥିତ ଅଞ୍ଚଳ ପ୍ରାୟ ଶହେ ବର୍ଷ ଧରି ସୋନାଗାଛି ନାମରେ ଜଣାଶୁଣା । ୩୦୦ ବର୍ଷ ତଳର ଘଟଣା । ସେତେବେଳେ ନୂଆ ନୂଆ କୋଲକାତା ସହର ବସିଥାଏ । ଯାହା ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା । କୁହାଯାଏ, ଏହି ଅଞ୍ଚଳରେ ସନାଉଲ୍ଲାହ ନାମକ ଜଣେ କୁଖ୍ୟାତ ଡକାୟତ ତା ମା ସହିତ ରହୁଥିଲା ।

Advertisement

କିଛିଦିନ ପରେ ତା’ର ମୃତ୍ୟୁ ହୋଇଗଲା । ଆଉ ମୃତ୍ୟୁର କିଛିଦିନ ପରେ ତା ମା’କୁ ରାତିରେ ହଠାତ୍‌ଏକ ଶବ୍ଦ ଶୁଣାଗଲା । ବସ୍ତିରୁ ଶବ୍ଦ ଆସିଲାଯେ, ମା ତୁ କାନ୍ଦନି ମୁଁ ଗାଜି ହୋଇସାରିଛି । ଯାହାପରେ ସନ୍ନାଉଲ୍ଲାହ ହୋଇଗଲା ସୋନାଗାଜି । କିମ୍ବଦନ୍ତୀ ଅନୁସାରେ, ଏହି କଥା ଧୀରେଧୀରେ ଚାରିଆଡ଼େ ଖେଳିବାକୁ ଲାଗିଲା । ଏଠାରେ ଲୋକଙ୍କର ଭିଡ଼ ଜମିଲା । ଏଠାକୁ ଆସିବା ପରେ ଲୋକ ଆରୋଗ୍ୟ ହେଉଥିବା କୁହାଗଲା । ଇତିହାସ କହେ ପୁଅ ସ୍ମୃତିରେ ସନ୍ନାଙ୍କ ମା ଏକ ମସଜିଦ୍‌ନିର୍ମାଣ କଲେ । ଯାହା ସୋନାଗାଜି ନାମରେ ପରିଚିତ ହେବାକୁ ଲାଗିଲା । କିଛି ଦିନ ପରେ ସନ୍ନାଉଲ୍ଲାହଙ୍କ ମା’ଙ୍କର ପରଲୋକ ହେଲା । କେହି ମଧ୍ୟ ଏହି ମସଜିଦର ଦେଖାଶୁଣା ନକରିବାରୁ ଧୀରେଧୀରେ ତାହା ବିଲୀନ ହୋଇଗଲା । ପରେ ଧୀରେଧୀରେ ଏହି ସ୍ଥାନର ନାମ ସୋନା ଗାଜିରୁ ଅପଭ୍ରଂଶ ହୋଇ ସୋନାଗାଛି ହୋଇଗଲା । କିନ୍ତୁ ଏହାର ପ୍ରାରମ୍ଭିକ ଇତିହାସ ବିଷୟରେ ବିଶେଷ କିଛି ସୂଚନା ନାହିଁ । କିନ୍ତୁ କୁହାଯାଏ ଦିନେ ଏହା ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା । ବଡ଼ବଡ଼ ବ୍ୟବସାୟୀ ଏଠାକୁ ଆସିଥିଲେ । ତେଣୁ ଏଠାରେ ଦେହ ବ୍ୟବସାୟ ଖୁବ୍‌ସହଜ ହୋଇଗଲା ।ତେବେ ସୋନାଗାଛି କିଭଳି ରେଡଲାଇଟ୍ ଏରିଆ ହେଲା ତାର ଇତିହାସ କାହା ପାଖରେ ସଠିକ ଭାବେ ନାହିଁ ।

Leave a Reply

Your email address will not be published. Required fields are marked *