Pratidin TV

Odisha's Digital News Platform

ଜହୀରଙ୍କ ହାତ ଧରିଲେ ସୋନାକ୍ସି ସିହ୍ନା , ବନିଲେ ମିସେସ ଇକବାଲ ।

1 min read

ବଲିଉଡ୍‌ର ଲାଡଲୀ ବେଟି ସୋନାକ୍ସି ହାତକୁ ଦୁଇହାତ ହେଇଛନ୍ତି । ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସୋନାକ୍ଷୀଙ୍କ ବାନ୍ଦ୍ରାସ୍ଥିତ ଘରେ ଉଭୟଙ୍କ ମଧ୍ୟରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି । ସେ ପ୍ରେମିକ ଜହିର ଇକବାଲଙ୍କ ହାତ ଧରିଛନ୍ତି । ଏହି ସମୟରେ ଜହିର ଧଳା କୁର୍ତ୍ତା ପିନ୍ଧିଥିବା ବେଳେ ସମାନ ରଙ୍ଗର ଶାଢୀରେ ନଜର ଆସିଥିଲେ ସୋନାକ୍ଷୀ।
ଏହା ପରେ ଦୁହେଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ନିଜ ରିସେପସନ୍ ପାର୍ଟି ଦେଇଛନ୍ତି । ଯେଉଁଥିରେ ବି-ଟାଉନ୍ ର ଟପ୍ ସେଲିବ୍ରିଟ୍ ଯୋଗ ଦେଇଛନ୍ତି। ଅଭିନେତ୍ରୀ କାଜୋଲ, ଅନୀଲ କପୁର, ଚଙ୍କି ପାଣ୍ଡେ, ହୁମା କ୍ୟୁରେସି ପ୍ରମୁଖ ଏହି ପାର୍ଟିରେ ଯୋଗ ଦେଇଥିଲେ।

ଦୁହେଁ ଗତକାଲି ବିବାହ କରିବାର ବଡ କାରଣ ହେଉଛି ଠିକ୍ ସାତ ବର୍ଷ ପୂର୍ବେ ଏହି ଦିନରେ ହିଁ ଦେଖା ହୋଇଥିଲେ । ବାସ୍ ସେହି ଦିନକୁ ମେମୋରିୟଲ ବନାଇବା ପାଇଁ ଦୁହେଁ ଜୁନ୍ ୨୩ ରେ ବିବାହ କରିଛନ୍ତି ।

Advertisement

କୁହାଯାଉଛି ଯେ ସୋନାକ୍ସିଙ୍କ ବିବାହରେ ତାଙ୍କ ପରିବାର ଲୋକ ଖୁସି ନ ଥିଲେ। ଏପରିକି ତାଙ୍କ ମା’ ଓ ଭାଇ ଉଭୟ ତାଙ୍କୁ ଇନ୍ଷ୍ଟାଗ୍ରାମ୍ରୁ ଅନ୍ଫଲୋ କରି ଦେଇଥିଲେ। ବାପା ଶତ୍ରୁଘ୍ନ ସିହ୍ନା ବି ପ୍ରଥମେ ଏହି ବିବାହ ପାଇଁ ଅମଙ୍ଗ ଥିବା ବେଳେ ଝିଅ ବିବାହ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ମାତ୍ର ପରେ ନିଜ ଝିଅ, ଜ୍ୱାଇଁଙ୍କ ସହ ସ୍ପଟ ହୋଇଥିଲେ ଶତ୍ରୁଘ୍ନ । ଏହାପରେ ରାଗରୁଷା ଭୁଲି ପରିବାର ସଦସ୍ୟ ଝିଅ ବାହାଘରରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *