Pratidin TV

Odisha's Digital News Platform

ମୋଦୀଙ୍କ କଲମରେ ଉନ୍ମୋଚନ ହେଲା “ଅବଡେନ୍ସ ଇନ ମିଲେଟ୍ସ”…

ଗତକାଲି ଥିଲା ମାଣ୍ଡିଆ ଦିବସ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲମରେ ମହକିଲା ମାଣ୍ଡିଆ । ଗୀତ ଜରିଆରେ ମାଣ୍ଡିଆକୁ ପୋତ୍ସାହନ କଲେ ମୋଦୀ । ଗୀତ ମାଧ୍ୟମରେ ମାଣ୍ଡିଆର ମହତ୍ୱ ବିିଷୟରେ ସଚେତନତା ସୃଷ୍ଟି କରିଛନ୍ତି ମୋଦୀ । ଆମେରିକାର ସିଙ୍ଗର ଫାଲୁଙ୍କ ସହ ମିଶି ମୋଦୀ ଏହି ମିଲେଟ ଗୀତ ଲେଖିଥିଲେ । ଗୀତର ଶୀର୍ଷକ ରହିଛି ଅବଡେନ୍ସ ଇନ ମିଲେଟ । ଯାହାକି ଗ୍ରାମୀ ପରୁସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛି । ତେବେ ମୋଦୀଙ୍କ ଲିଖିତ ଏହି ଗୀତରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହାକୁ ଅତି ସୁନ୍ଦର ଭାବରେ କଣ୍ଠଦାନ କରିଥିଲେ ଫାଲଗୁନି ଓ ଗୈାରବ । ଏହି ଗୀତ ମାଧ୍ୟମରେ ଅତ୍ୟନ୍ତ ସୃଜନଶୀଳ ଏବଂ ସୁସ୍ଥ ଜୀବନ ପାଇଁ ମିଲେଟ ଗ୍ରହଣ କରିବାକୁ ଅଧିକ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ପିଏମ ମୋଦୀ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ଏହି ଗୀତର ଭିଡିଓକୁ ପ୍ରଶଂସା କରିଥିଲେ । ଅପରପକ୍ଷେ ଭାରତର ଏକ ପ୍ରସ୍ତାବ ପରେ ୨୦୨୩କୁ ଆନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ରୂପେ ଘୋଷଣା କରାଯାଇଛି । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗତକାଲି ମାଣ୍ଡିଆ ଦିବସ ପାଳନ କରିଛି । ବର୍ତ୍ତମାନ ମାଣ୍ଡଆ ଓଡିଶାର ଏକ ଜାତୀୟ ଖାଦ୍ୟ ରୂପେ ପରିଗଣିତ ହୋଇଛି । ତେଣୁ ପୂରା ବିଶ୍ୱରେ ମାଣ୍ଡିଆର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରିଛି ଓଡ଼ିଶା ।

Leave a Reply

Your email address will not be published. Required fields are marked *