Pratidin TV

Odisha's Digital News Platform

ଗୀତିକାର ପ୍ରମୋଦ ପରିଡାଙ୍କୁ ମାଡ଼, ଲୋକ ଲଗାଇ ପିଟିଲେ ହ୍ୟୁମାନ ସାଗର !

1 min read

କଟକ : ଯୁବ ଗୀତିକାର ପ୍ରମୋଦ ପରିଡା(୩୫)ଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଜୀବନ ନେଇଯିବାକୁ ଧମକ ଦିଆଯାଇଛି । ଓଡ଼ିଶାର ଚର୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓରଫ ପପୁଙ୍କ ନାଁରେ ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି ଯୁବ ଗୀତିକାର ପ୍ରମୋଦ ।

ଏହି ଆକ୍ରମଣରେ ପ୍ରମୋଦଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ପ୍ରଚୁର ରକ୍ତଶ୍ରାବ ହୋଇଛି । ଏହା ସହିତ ଗୋଡ଼ ଆଉ ହାତ ମଧ୍ୟ ଖଣ୍ଡିଆ ଖବରା ହୋଇଛି । ପ୍ରମୋଦଙ୍କ ଏତଲା ଅନୁସାରେ ଓଲିଉଡ଼ର ଚର୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର କଟକ ବାଖାରବାଗର ଦୀନେଶ ବେହେରା ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ ପ୍ରମୋଦ ରହୁଥିବା ପାଲା ମଣ୍ଡପ ନିକଟରେ ଥିବା ଭଡା ଘରେ ଅନ୍ୟ ଜଣେ ଯୁବକଙ୍କୁ ନେଇ ପହଞ୍ଚିଥିଲେ । ପ୍ରଥମେ କବାଟ ବାଡେ଼ଇଲେ ପ୍ରମୋଦ ଘର କବାଟ ଖୋଲିବା ପରେ ପପୁ ଘରେ ପଶି ତାଙ୍କୁ ବନ୍ଧୁକ ଦେଖେଇବା ସହ ମାଡ଼ ମାରିଥିଲେ । ମତେ ଘରୁ ଘୋଷାରି ନେଇ ଏକ ସ୍କୁଟି ରେ ବସାଇ ନେଇ ଯାଇଥିଲେ ବାହାରକୁ ।

Advertisement

ହୁମାନ ଭାଇଙ୍କ ନାଁରେ ଫେସବୁକ୍ କଣ ପାଇଁ ଲେଖୁଛୁ ଆଉ ଲେଖିଲେ ଜୀବନରୁ ମାରିଦେବୁ ବୋଲି କହିଥିଲା ପ୍ରମୋଦଙ୍କୁ । କୌଣସି ମତେ ପ୍ରମୋଦ ଖସିଆସି ତାଙ୍କ ବନ୍ଧୁଙ୍କ ସହ ବଡ ମେଡିକାଲ ଯାଇ ଚିକିତ୍ସା ହୋଇଥିଲା । ପରେ ରାତିରେ ବାଦାମବାଡ଼ି ଥାନାରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ନିଜର ସୁରକ୍ଷା ଲୋଡିଛନ୍ତି ପ୍ରମୋଦ ।

Leave a Reply

Your email address will not be published. Required fields are marked *