ଭୋଟ ଦେବାପରେ ମାଆଙ୍କ ସହ ସେଲ୍ଫି ନେଲେ ନେଲେ ରାହୁଲ , ଫଟୋ ଭାଇରଲ ..
1 min read୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହାରି ଭିତରେ ଗଣତନ୍ତ୍ରର ମହାପର୍ବରେ ସାମିଲ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀ । ଦୁହେଁ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତ ସାବ୍ୟସ୍ତ କରିଥିଲେ। ମତଦାନ କେନ୍ଦ୍ରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ମାଆଙ୍କ ସହ ଭୋଟ ଦେବାକୁ ଯାଇଥିବା ରାହୁଲ ସେଠାରେ ସୋନିଆଙ୍କ ସହ ସେଲଫି ନେଇଥିବା ଦେଖାଯାଇଥିଲା। ଏବେ ଏହି ସେଲଫି ଫଟୋ ଓ ଏହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏଥର ଦିଲ୍ଲୀ ଯୁଦ୍ଧରେ ଭାଜପା ଆମ ଆଦମୀ ପାର୍ଟି ଏବଂ ‘ଇଣ୍ଡିଆ’ ମିଳିତ ମଞ୍ଚରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଦିଲ୍ଲୀରେ ଗତ ଦୁଇଟି ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାଧାନ୍ୟ ବିସ୍ତାର କରିଛି। ଉଭୟ ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ସମସ୍ତ ୭ଟି ଆସନ ଜିତିଥିଲା, ଏହି କାରଣରୁ ସମସ୍ତ ୭ଟି ଆସନ ଜିତିବା ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଏଥର ମଧ୍ୟ ଭାଜପା ସମସ୍ତ ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ କରିଥିବାବେଳେ ଆମ ଆଦମୀ ପାର୍ଟି ୪ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।