Pratidin TV

Odisha's Digital News Platform

କଂଗ୍ରେସ କଲା ବଡ ଘୋଷଣା , ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା..

1 min read

ଚାଲିଛି ଲୋକସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହାରି ମଧ୍ୟରେ କଂଗ୍ରେସ କରିଛି ବଡ ଘୋଷଣା । ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ମହିଳାମାନଙ୍କ ପାଇଁ ଏକ ବାର୍ତ୍ତା ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବଂ ତା ସହ ମହିଳା ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏକ ଭଡିଓ ଜାରୀ କରି କହିଛନ୍ତି । ଭିଡିଓରେ ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମର ଆରମ୍ଭ କରି ମହିଳାମାନେ ଆଧୁନିକ ଭାରତ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ହେଲେ ଆଜି ସେହି ମହିଳାମାନେ ଭୟଙ୍କର ମହଙ୍ଗାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆମେ ଏକ ବୈପ୍ଳବିକ ଗ୍ୟାରେଣ୍ଟି ନେଇ ଆସିଛୁ । କଂଗ୍ରେସର ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ, ଗରିବ ପରିବାରର ଜଣେ ମହିଳାଙ୍କୁ ପ୍ରତିବର୍ଷ ଏକ ଲକ୍ଷ ଟଙ୍କା ଦିଆଯିବ । ତା ସହିତ ସୋନିଆ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ , ଆମର ଗ୍ୟାରେଣ୍ଟି କର୍ଣ୍ଣାଟକ ଏବଂ ତେଲଙ୍ଗାନାରେ କୋଟି କୋଟି ପରିବାରର ଜୀବନ ବଦଳି ସାରିଛି । ସେ ମନରେଗା, ଶିକ୍ଷା କିମ୍ବା ଖାଦ୍ୟ ନିରାପତ୍ତା ଅଧିକାର ହେଉ । ଆମର ଏହି ଯୋଜନାଗୁଡିକ ଲକ୍ଷ ଲକ୍ଷ ପରିବାରକୁ ଶକ୍ତି ପ୍ରଦାନ କରିଛି । ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ମହାଲକ୍ଷ୍ମୀ ଆମର ସର୍ବଶେଷ ଗ୍ୟାରେଣ୍ଟିି ।

Advertisement


ସୋନିଆ ଗାନ୍ଧୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଏହି କଷ୍ଟ ସମୟରେ କେବଳ କଂଗ୍ରେସ ଆପଣଙ୍କ ପାଖରେ ରହିଛିି । ଏହି କଷ୍ଟ ସମୟରେ କେବଳ କଂଗ୍ରେସର ହାତ ଆପଣଙ୍କ ସ୍ଥିତିକୁ ବଦଳାଇପାରିବ । ସୋନିଆ ଗାନ୍ଧି ଜାରି କରିଥିବା ଭିଡିଓ ଏବେ ସୋଶିଆଲ ମିଡିଆରେ ସେୟାର କରାଯାଇଛି ।

Leave a Reply

Your email address will not be published. Required fields are marked *