Pratidin TV

Odisha's Digital News Platform

ପୋଲିସ୍ ଇନ୍‌ସ୍ପେକ୍ଟର ସ୍ନିଗ୍ଧାରାଣୀଙ୍କ ଘଟଣା ଉପରୁ ଉଠିଲା ବଡ ପରଦା

ଭୁବନେଶ୍ୱର : ବଲାଙ୍ଗୀର ଓ ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ତେବେ ଘଟଣାଟିରେ ପୋଲିସ ଇନ୍‌ସ୍ପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ ଅଭିଯୁକ୍ତ ସାବ୍ୟସ୍ଥ ହୋଇଥିବା ବେଳେ,ଏହି ଘଟଣାର ବଡ ଖୁଲାସା କରିଛନ୍ତି ସୋନପୁର ଏସ୍‌ପି । ତେବେ ଏସ୍‌ପିଙ୍କ ସୂଚନା ମୁତାବକ ସ୍ନିଗ୍ଧାରାଣୀଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ପ୍ରମାଣ ପାଇଛି ପୋଲିସ ।

ତେବେ ଡ୍ରାଇଭିଙ୍ଗ ଲାଇସେନ୍ସ ନଥାଇ ମଧ୍ୟ ଗାଡି ଚଲାଇବାକୁ ଅନୁମତି କିପରି ଦେଇପାରିଲେ ପୋଲିସ୍ ଇନସ୍ପେକ୍ଟର ସ୍ନିଗ୍ଧା । ଏନେଇ ଅଜୟ ଜେଠୀଙ୍କ ନାରେ ଏମ୍‌ଭି ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି । ଦୁର୍ଘଟଣାରେ ୩ ଜୀବନ ଯାଇଥିବାରୁ ପୋଲିସ୍ ଗିରଫ କରି ଜେଲ୍ ପଠାଇଛି ଡ୍ରାଇଭର ଅଜୟ ଜେଠୀଙ୍କୁ ।

Leave a Reply

Your email address will not be published. Required fields are marked *