ବ୍ଲଡ କ୍ୟାନ୍ସର ସହ ଲଢୁଛି କୁନି ପୁଅ ସୋନୁ , କିଏ ଦେବ ତାକୁ ନୂଆ ଜୀବନ ?
1 min readପୁରୀ : କାନ୍ଦୁଛି ଗାଁ, କାନ୍ଦୁଛି ପଡିଶା କାନ୍ଦୁଛନ୍ତି ପରିବାର, ସୋନୁ ପାଇଁ ସମସ୍ତଙ୍କ ଆଖିରେ ଲୁହ । ମାଟି ବାଲି କାଦୁଅରେ ବଲ୍ ଧରି ଖେଳିବା ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଜୀବନ । କାକଟପୁର ବ୍ଲକ, ଦହିଖିଆ ଗ୍ରାମର ବିଶ୍ବଜିତ ସେଠୀ ଡାକନାମ ସୋନୁ । ବୟସ ମାତ୍ର ୧୨ ସେ ସପ୍ତମ ଶ୍ରେଣୀର ଜଣେ ମେଧାବୀ ଛାତ୍ର । ଘଟଣାଟି ଏମିତି ଥିଲା କି ସେଦିନ ସୋନୁର ଜୀବନ ପୁରା ବଦଳିଯାଇଥିଲା ।
ହଠାତ ଦିନେ ଦେହ ଅସୁସ୍ଥ ହେବାରୁ ପରୀକ୍ଷା ପରେ ଜଣାପଡିଲା ସୋନୁକୁ ରକ୍ତ କର୍କଟ, ଏହା ଜାଣି ସୋନୁ ବାପା, ମା ପାଦତଳୁ ମାଟି ଖସିଗଲା । ରକ୍ତ କର୍କଟକୁ ଚିକିତ୍ସା କରାଇବାରେ ସୋନୁ ପରିବାର ଅସହାୟ । କାରଣ ସୋନୁର ବାପା ଜଣେ ଦିନମଜୁରିଆ । ସବୁ କିଛି ବିକା ଭଙ୍ଗା କରିବା ପରେ, ବିଜୁ ସ୍ୱାସ୍ଥ୍ୟ କାର୍ଡ ରୁ ମଧ୍ୟ ଟଙ୍କା ସରିଯାଇଛି । ଏବେ ସାହା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ, ସେଥିରୁ ମଧ୍ୟ ଟଙ୍କା ସରିଆସିଲାଣି ଓ ଊଜ କହୁ ଛନ୍ତି ଅନେକ ଟଙ୍କା ଲାଗିବ । ଗାଁ, ପଡିଶା, ଶିକ୍ଷକ, ସହପାଠୀ ସମସ୍ତେ ସୋନୁ କୁ ସମର୍ଥ୍ୟ ଅନୁସାରେ ସାହାଯ୍ୟ କରିସାରିଲେଣି କିନ୍ତୁ ଏବେବି ଅର୍ଥ ଆବଶ୍ୟକ ଯାହାପାଇଁ ବାପା, ମା ଓ ସାଙ୍ଗସାଥି କାକଟପୁର ରେ ବୁଲି ବୁଲି ଅର୍ଥ ମାଗୁଛନ୍ତି ପୁଅର ଜୀବନ ବଞ୍ଚାଇ ବାକୁ ।
ଯେତେବେଳେ ଆମ ରିପୋର୍ଟର ମାନେ ସୋନୁକୁ ଭେଟିବାକୁ ଯାଇଥିଲେ । ତାର ଚିତ୍କାର ବିଚଳିତ କରିଥିଲା ସଭିଙ୍କୁ । କୁନି ସ୍ୱରରେ କହୁଥାଏ ସୋନୁ ହେ ଓଡିଶା ବାସୀ ମୋତେ ଟଙ୍କାଏ, ଟଙ୍କାଏ ଦିଅନ୍ତୁ ମୋ ଜୀବନ ବଞ୍ଚିଯାଉ । ଆପଣ ମାନେ ମୋତେ ଟିକେ ସାହାଯ୍ୟ କରନ୍ତୁ । ମୁଁ ବଞ୍ଚିବାକୁ ଚାହେଁ । ସ୍କୁଲ ରେ ବି ସମାନ ଦସା, ସହପାଠୀ ଙ୍କ ମନରେ ଦୁଃଖ, ନିରବ ଶିକ୍ଷକ । ସୋନୁ ବି ପଢୁଛି ଆଜି ହେଲେ ଭବିଷ୍ୟତ ରେ ପଢିବାକୁ ହେଲେ ସୋନୁକୁ ଓଡିଶା ବାସୀଙ୍କ ଆଶ୍ରିବାଦ ଦରକାର । ସୋନୁକୁ ଦୁରାରୋଗ ରୁ ମୁକ୍ତ କରିବାକୁ ଅର୍ଥ ଆବଶ୍ୟକ ଥିବାରୁ ସମସ୍ତେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି, ଶିକ୍ଷକ ଓ ସହପାଠୀ । ଯଦି କେହି ସହୃଦୟ ବ୍ୟକ୍ତି ସୋନୁର ଜୀବନ ବଞ୍ଚା ଇବାରେ ସାହାର୍ଯ୍ୟ କରିବାକୁ ଚାହାନ୍ତି ତେବେ ସେମାନେ
ଯେଉଁମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ସୋନୁର ବାପାଙ୍କ phone pay ଏବଂ google pay ନମ୍ବର ରେ ସାହାଯ୍ୟ କରିପାରିବେ ଯେଉଁ number ଟି ହେଲା (୯୭୭୬୫୧୭୩୩୧) sampad kumar sethi । account no -08403294408879 l IFSC-UCBA0000840 l samap kumar sethi l kakatpur branch l