Pratidin TV

Odisha's Digital News Platform

କରୋନା ପାଇଁ ସୋନୁଙ୍କ ବଡ ପରାମର୍ଶ : କହିଲେ ‘ମୋ ନମ୍ବର ଯାହା ଥିଲା ସେଇଆ ହିଁ ଅଛି ’

1 min read

ମୁମ୍ବାଇ : କୋରନା ସମୟରେ ଲୋକଙ୍କୁ ସତର୍କ ରହିବାକୁ ସୋନୁ ସୁଦଙ୍କ ପରାମର୍ଶ । କହିଲେ, ମୋ ନମ୍ବର ଯାହା ଥିଲା ସେଇଆ ହିଁ ଅଛି । ନୂଆଦିଲ୍ଲୀ ସମଗ୍ର ବିଶ୍ୱ ସହିତ ଭାରତରେ ପୁଣି ଥରେ କରୋନାର ବୃଦ୍ଧି ଦେଖିବାକୁ ମିଳୁଛି । ଭାରତର ପ୍ରତ୍ୟେକ ରାଜ୍ୟରେ ପ୍ରତିଦିନ କରୋନା ମାମଲା ବୃଦ୍ଧି ପାଉଛି । ଏହା ପରେ କୁହାଯାଉଛି ଯେ ଗତ ଦୁଇ ବର୍ଷ ପରେ, ଚଳିତ ବର୍ଷ କରୋନାର ତୃତୀୟ ଲହର ଏକ ନୂତନ ପ୍ରକାର ସହିତ ଫେରି ଆସୁଛି । ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଉଛି ।

ଏହା ପରେ ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ଆପଣଙ୍କ ସହ ଅଛନ୍ତି । ଆଗକୁ ସଂକ୍ରମଣ ବଢିବାର ଆଶଙ୍କା ଥିବା ଦେଖି ସାମ୍ନାକୁ ଆସିଛନ୍ତି ବଲିଉଡ ଆକ୍ଟର ସୋନୁ ସୁଦ । ସେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ସେ ସବୁବେଳେ ଅଛନ୍ତି ବୋଲି ଆଶ୍ୱାସନା ବି ଦେଇଛନ୍ତି ।

ସେ ଏକ ଟୁଇଟ କରି କହିଛନ୍ତି, ଅସହାୟ ଲୋକଙ୍କ ପ୍ରତି ତାଙ୍କର ସେବା ସବୁବେଳେ ଉପଲବ୍ଧ ରହିବ । ସେ ଟୁଇଟରେ ଆହୁରି ଲେଖିଛନ୍ତି, କରୋନା ପ୍ରତି ସାବଧାନ ରୁହନ୍ତୁ କିନ୍ତୁ ଡରନ୍ତୁ ନାହିଁ । ଭଗବାନ କରନ୍ତୁ, ମୋର ଆବଶ୍ୟକ ନ ପଡୁ । ଯଦି ଦରକାର ପଡେ ତେବେ ମନେ ରଖିଥିବେ- ମୋ ନମ୍ବର ଯାହା ଥିଲା ସେଇଆ ହିଁ ରହିଛି । ଏବେ ସୋନୁ ସୁଦ ମହାକାଳଙ୍କ ଆଶୀର୍ବାଦ ନେବାପାଇଁ ଉଜ୍ଜୟନୀରେ ଅଛନ୍ତି ।

Leave a Reply

Your email address will not be published. Required fields are marked *