Pratidin TV

Odisha's Digital News Platform

ରିଲ୍ ଲାଇଫର ଅଭିନେତା ସାଜିଲେ ରିଅଲ୍ ହିରୋ , ଦେଉଛନ୍ତି ଫ୍ରିରେ IAS କୋଚିଂ ..

1 min read

ରିଲ୍ ଲାଇଫର ଅଭିନେତା ଆଜି ସାଜିଛନ୍ତି ରିଅଲ୍ ଲାଇଫ୍ ହିରୋ । ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ ତାଠୁ ଅଧିକ ଅସହାୟଙ୍କୁ ସହାୟତା କରିବା ।ଅଭିନେତାଙ୍କ ହୃଦୟଖୋଲା ସହାୟତା ଅନେକଙ୍କ ପାଇଁ ଉଦାହରଣ ପାଲଟିଛି । ଲକ୍ଷଲକ୍ଷ ଲୋକ ତାଙ୍କୁ ହୃଦୟରୁ ସାଧୁବାଦ ଜଣାଉଛନ୍ତି । ମହାମାରୀ ସମୟରେ ବହୁ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଲାଇମଲାଇଟକୁ ଆସିଥିବା ଅଭିନେତା ସୋନୁ ସୁଦ ବର୍ତ୍ତମାନ ଆଉ ଏକ ବଡ଼ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଭିନେତା IAS ହେବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ,

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୋନୁ କହିଥିଲେ ଯେ, ଯେଉଁମାନେ ଆଇଏସ (IAS ) ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଗତ ୩ ବର୍ଷ ଧରି ‘ସୁଦ ଚ୍ୟାରିଟି ଫାଉଣ୍ଡେସନ୍‌’ ‘ସମ୍ଭାବନା’ ମାଗଣାରେ ଆଇଏଏସ୍ କୋଚିଂ ପ୍ରଦାନ କରୁଛି । ଏଥିରେ, ବର୍ତ୍ତମାନ ସୁଦ୍ଧା ୭୦୦୦ରୁ ଅଧିକ ଆଶାୟୀଙ୍କୁ ମାଗଣା କୋଚିଂଙ୍ଗ ଦିଆଯାଇଛି । ଏଥିରେ ବହୁ ଜାତୀୟ ସ୍ତରର ଶିକ୍ଷକ କୋଚିଂ ପ୍ରଦାନ କରିଥାଆନ୍ତି ।

କେବଳ ଏତିକି ନୁହେଁ, ‘ସମ୍ଭାବନା’ ସହିତ ଜଡିତ ୫୦ରୁ ଅଧିକ ଆଶାୟୀ ସଫଳତା ମଧ୍‌ଯ ହାସଲ କରିଛନ୍ତି । ଏନେଇ ସୋନୁ ଆହୁରି ମଧ୍ୟ କହିଛନ୍ତି, ‘ତାଙ୍କ ଲକ୍ଷ୍ୟ କେବଳ ଆଇଏଏସ୍ ତିଆରି କରିବା ନୁହେଁ ବରଂ ଦେଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା । ଏଥିପାଇଁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଆୟୋଜନ କରିଯାଉଛି । ଆଇଏଏସ୍‌, ଆଇପିଏସ୍ ହେବାକୁ ଚାହୁଁଥିବା ସମସ୍ତ ଆଶାୟୀଙ୍କ ସହ ମୁଁ ଅଛି । ଏଣିକି ଟଙ୍କା ଅଭାବ ହେତୁ କାହାର ସ୍ୱପ୍ନ ଅଧା ରହିବ ନାହିଁ । ଏଠାରେ ଆପଣଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବ’ । ତେବେ ଏନେଇ କିପରି ପଞ୍ଜୀକୃତ କରି ହେବ ସେନେଇ ମଧ୍‌ଯ ସୋନୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *