Pratidin TV

Odisha's Digital News Platform

୬୧ ଘଣ୍ଟା ପରେ ଖୋଲିଲା ସୋନୁ ସୁଦ୍‌ଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ…ଖୋଲୁ ଖୋଲୁ ୯ ହଜାର ମେସେଜ

1 min read

ଭାରତୀୟ ଅଭିନେତା, ନିର୍ମାତା ତଥା ମଡେଲ ସୋନୁ ସୁଦ ପୁଣି ଥରେ ଆଲୋଚନାକୁ ଆସିଛନ୍ତି। ଏଥର ଖବରକୁ ଆସିବାର କାରଣ ହେଉଛି ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଯାହା ହଠାତ୍ ବନ୍ଦ ହୋଇଯାଇଥିଲା | ପ୍ରାୟ ୨ ଦିନରୁ ଅଧିକ ସମୟ ରହିଥିଲା ବନ୍ଦ |

ସୋନୁ ସୁଦ୍‌ ଗତ ୨୮ ତାରିଖରେ ଏକ୍ସ ପ୍ଲାଟଫର୍ମ (ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ କରି ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ୬୧ ଘଣ୍ଟା ପରେ ପୁନର୍ବାର ଚାଲୁ ହୋଇଥିବା ସୂଚନା ଦେଇଥିଲେ। ଆକାଉଣ୍ଟ ଖୋଲିବା ମାତ୍ରେ ତାଙ୍କ ନିକଟକୁ ୯୪୮୩ ମେସେଜ ଆସିଥିଲା।

ସୋନୁ ସୁଦ ଆହୁରି ମଧ୍ୟ କହିଛନ୍ତି ଯେ ଆକାଉଣ୍ଟ ସେବା ବନ୍ଦ ଥିବାରୁ ସେ ଅନେକ ଅଭାବୀ ଲୋକଙ୍କୁ ଠିକ୍ ସମୟରେ ସାହାଯ୍ୟ କରିପାରିନଥିଲେ। ସୋନୁ ସୁଦ ଅନେକ ସମୟରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ | ଆହୁରି ମଧ୍ୟ, ସେ କରୋନା ଅବଧି ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଥିଲେ |

Leave a Reply

Your email address will not be published. Required fields are marked *