Pratidin TV

Odisha's Digital News Platform

ଚର୍ଚ୍ଚାରେ ସୋରର ସାହାରାଉଦ୍ଦିନ ; ପୁଣି ନିର୍ମାଣ କଲେ ଚନ୍ଦ୍ରଯାନ -୩

1 min read

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ..ବାଜା ବାଜୁଝି । ମନ ଝୁମୁଛି । କୋଳାହଳରେ ପରିବେଶ କମ୍ପୁଛି । ସୋର ପାରମହଲା ଇତିହାସ ରଚୁଛି । ଇସ୍ରୋର ସଫଳତା ଦୋହରାଉଛି ସୋର । ଚନ୍ଦ୍ରଯାନ-୩ ଗାଁରୁ ମହାକାଶକୁ ଉଡ଼ାଣ ଭରୁଛି । ଆପଣ ଭାବୁଥିବେ ଇସ୍ରୋ ଟିମ୍ ଆସି ଚନ୍ଦ୍ରଯାନ ୩ ର ଉତକ୍ଷେପଣ କରୁଛନ୍ତି । କିନ୍ତୁ ସତ କଥା ଟା ଜାଣିଲେ ବି ତାଜୁବ ହୋଇଯିବେ ।

ଏହା ଅସଲି ନୁହେଁ ଏକଦମ ନକଲି । ଅର୍ଥାତ ଚନ୍ଦ୍ରଯାନ ୩ର ଏକ ମଡେଲ । ମଡେଲ୍ ହେଲେ ବି ଇଏ ଉଡ଼ାଣ ଭରୁଛି, ଉପରକୁ ଉଠୁଛି । ନିଆଁ ସାଙ୍ଗକୁ ଧୂଆଁ ବାହାରୁଛି। ଏହାକୁ ନିର୍ମାଣ କରିଥିବା ଯୁବକ ବାଲେଶ୍ୱର ସୋର ପାରମହଲା ଗାଁର ଏସକେ ସାହାରାଉଦ୍ଦିନ ।ଇସ୍ରୋର ଐତିହାସିକ ଚନ୍ଦ୍ରଯାନ ୩ର ସଫଳ ଉତକ୍ଷେପଣ ପରେ ଏହାର ନକଲ ନିଜ ଗାଁରେ ନିର୍ମାଣ କରିଛନ୍ତି ସାହାରାଉଦ୍ଦିନ। ଏଥିପାଇଁ ତାଙ୍କୁ ୧୫ ଦିନର ସମୟ ଲାଗିଥିବା କହିଛନ୍ତି । ଗାଁ ଲୋକଙ୍କ ଆର୍ଥିକ ସହଯୋଗରେ ନିର୍ମାଣ ହୋଇଥିବା ଏହି ନକଲକୁ ମହରମ୍ ଉତ୍ସବ ଅବସରରେ ପ୍ରଦର୍ଶିତ କରାଯାଇଥିଲା । ଏହା ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବାକୁ ନିବେଦନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *